ଜଗନ୍ନାଥ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଶ୍ରୀମଦନମୋହନ

ଜଗନ୍ନାଥ ମହାପ୍ରଭୁଙ୍କର ସେ ଚଳନ୍ତି ପ୍ରତିମା, ପ୍ରତିନିଧି । ତାଙ୍କର ବଡ଼ ଶରଧା ଚନ୍ଦନ, କସ୍ତୁରୀ, ଅଗୁରୁ, ଧୂପ ଦୀପ କର୍ପୂର ତୁଳସୀ ଓ ପାଟ ପିତାମ୍ବରରେ । ଶରଧା ପୁଣି ଉତ୍ସବରେ ବିଜେ ହେବାରେ । ତେଣୁ ତାଙ୍କର ପରିଚୟ ଉତ୍ସବ ଠାକୁର, ମଦନ ମୋହନ । ସ୍ୱୟଂ ଲୀଳା ସ୍ନାନ ଓ ଗୁଣ୍ଡିଚା ବ୍ୟତୀତ ଅନ୍ୟ ସମସ୍ତ ଯାତ୍ରା, ଉପଯାତ୍ରା ପର୍ବପର୍ବାଣୀ ଉତ୍ସବ ଓ ଶ୍ରୀମନ୍ଦିର ବିଧି ବିଧାନରେ ମହାପ୍ରଭୁଙ୍କର ଏହି ଚଳନ୍ତି ବିଗ୍ରହ ବିଜେ ହୋଇ ସଂପାଦନ କରନ୍ତି କାର୍ଯ୍ୟ । ମନ୍ଦିର ଭିତରେ ଓ ବାହାରେ ବିମାନ ଏବଂ ହାତରେ ବିଜେ ହୋଇ ଯାଇଥାନ୍ତି ପ୍ରଭୁ । ଚନ୍ଦନ ଯାତ୍ରା, କାଳୀୟ ଦଳନ, ଦମନକ ଚୋରି ପ୍ରଭୃତି ଯାନିଯାତ୍ରା ଅବସରରେ ପ୍ରଭୁଙ୍କୁୁ ସ୍ୱତନ୍ତ୍ର ବେଶ କରାଯାଇଥାଏ । ଅଷ୍ଟ ଧାତୁରେ ନିର୍ମିତ ଶ୍ରୀମଦନମୋହନଙ୍କ ମୂର୍ତ୍ତିର୍ । ଶ୍ରୀଜଗନ୍ନାଥଙ୍କର ଏହି ପ୍ରତିନିଧିଙ୍କୁ ନବଧା ଭକ୍ତିରେ ଆତ୍ମ ନିବେଦନ କରାଯାଇଥାଏ ଏବଂ ପ୍ରଭୁ ଭକ୍ତି ଅନୁଯାୟୀ ଧର୍ମ, ଅର୍ଥ, କାମ ଓ ମୋକ୍ଷ ଚତୁବର୍ଗ ଫଳ ପ୍ରଦାନ କରିଥାନ୍ତି ।