ମଦନମୋହନଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ଜୁଏଲ ଓରାମ

ସୁନ୍ଦରଗଡ: ବାଲେଶ୍ୱର ସଦର ବିଧାୟକ ଶ୍ରୀ ମଦନ ମୋହନ ଦତ୍ତଙ୍କ ଅକାଳ ଵିୟୋଗରେ ସୁନ୍ଦରଗଡ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଶ୍ରୀ ଜୁଏଲ ଓରାମ ଗଭୀର ଶୋକପ୍ରକଟ କରିଛନ୍ତି। ଶ୍ରୀ ଓରାମ କହିଛନ୍ତି ଯେ, ମଙ୍ଗୁ ଭାଇଙ୍କ ଅକାଳ ବିୟୋଗରେ ବାଲେଶ୍ୱର ମାଟି ଜଣେ ଦରଦୀ ଓ ଲୋକପ୍ରିୟ ଜନନେତାଙ୍କୁ ହରାଇଲା। ବାଲେଶ୍ୱର ଜିଲ୍ଲା ତଥା ରାଜ୍ୟ ବିଜେପି ସଂଗଠନରେ ବହୁ ପଦପଦବୀ ରହି ବେଶ ଦକ୍ଷତାର ସହିତ ଦଳର କାର୍ଯ୍ୟ ନିର୍ବାହ କରିପାରି ଥିଲେ। ଜିଲ୍ଲାରେ ଦଳର ଅଭିବୃଦ୍ଧିରେ ତାଙ୍କର ଭୂମିକା ଅତୁଳନୀୟ ଥିଲା। ଭଗବାନ ତାଙ୍କର ଅମର ଆତ୍ମାକୁ ସଦଗତି ପ୍ରଦାନ କରିବା ସହିତ ଏହି ଦୁଃଖଲାଘବ ପାଇଁ ତାଙ୍କର ଶୋକସନ୍ତାପ୍ତ ପରିବାରଵର୍ଗ ଓ ଅତ୍ମୀୟ ସ୍ୱଜନଙ୍କୁ ଅସୀମ ଧର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ। ଏହି ଦୁଃଖଦ ଘଡିରେ ଶ୍ରୀ ଓରାମ ତାଙ୍କ ପରିବାରବର୍ଗ, ଅତ୍ମୀୟ ସ୍ୱଜନ ଓ ଶୁଭେଛୁ ମାନଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ବାଲେଶ୍ଵର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ ହୋଇଛି। ମଦନମୋହନଙ୍କ ପରଲୋକ ନେଇ ତାଙ୍କ ପୁଅ ମାନସ ଦତ୍ତ ସୂଚନା ଦେଇଛନ୍ତି। ସେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ପରଲୋକ ହୋଇଛି। ହୃଦଘାତରେ ବିଧାୟକଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ଯକୃତ ଜନିତ ସମସ୍ୟା ନେଇ ସେ ଅସୁସ୍ଥ ଥିଲେ।