ମଚୈଲ ମାତା ଯାତ୍ରା ଉପରେ ପ୍ରତିବନ୍ଧକ

ଜମ୍ମୁ :ଜମ୍ମୁ କାଶ୍ମୀରରେ ଅମରନାଥ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିବା ପରେ ଏବେ କିଶ୍ତୱାଡ ଜିଲ୍ଲାର ମା ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ହେଉଥିବା ମଚୈଲ ମାତା ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଡିଏମ ଅଂଗ୍ରେଜ ସିଂହ ରାଣା ମାତା ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ପୂର୍ବରୁ ଅମରନାଥ ଯାତ୍ରା ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ଆଡଭାଇଜୋରୀ ଜାରୀ କରାଯାଇଥିଲା । 

ତେବେ ବର୍ତମାନର ଜମ୍ମୁ କାଶ୍ମୀର ସ୍ଥିତିକୁ ଅନୁଧ୍ୟାନ କରି ଅମରନାଥ ଯାତ୍ରୀଙ୍କୁ ତୁରନ୍ତ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପର୍ଯ୍ୟଟକମାନଙ୍କୁ ଘାଟି ଛାଡିବାକୁ ପରାମର୍ଶ ଦିଆଯାଇଛି । ଅପର ପକ୍ଷରେ ମାତା ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିବା ନେଇ କିଶ୍ତୱଡ ଜିଲ୍ଲା ଆୟୁକ୍ତ ଅଂଗ୍ରେଜ ସିଂହ ରାଣା ସୂଚନା ଦେଇଛନ୍ତି ।  

ସମ୍ପୂର୍ଣ୍ଣ ଦେଶରୁ ହଜାର ହଜାର ଶ୍ରଦ୍ଧାଳୁ ଯାତ୍ରା ସମୟରେ ପଦ୍ଦାର ଘାଟି ଦେଖିବା ପାଇଁ ଆସନ୍ତି । ଏହା ନୀଲମଙ୍କ ଖାଦ୍ୟ ପାଇଁ ପ୍ରସିଦ୍ଧ । ଶ୍ରଦ୍ଧାଳୁମାନେ ୩୦ କିମିର ଲମ୍ବା ଯାତ୍ରା କରି କିଶ୍ତୱାଡର ମଚୈଲ ଗ୍ରାମର ଦୁର୍ଗାମାତାଙ୍କ ପୂଜାର୍ଚ୍ଚନା ପାଇଁ ଆସିଥାନ୍ତି ।