ନବୀନ ନିବାସରେ ମଧ୍ୟାହ୍ନ ଭୋଜନରେ ଏହି ସବୁ ଖାଦ୍ୟ ପରଶାଯିବ

ଭୁବନେଶ୍ୱର: ଆଜି ଓଡ଼ିଶାଗସ୍ତରେ ଆସିଛନ୍ତି ଅମିତ ଶାହ । ତେବେ ପୂର୍ବାଂଚଳ ରାଜ୍ୟ ପରିଷଦ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବାସରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ କରିବାର ରହିଛି । ଏଠାରେ ଗୋଟିଏ ଟେବୁଲରେ ଏକାଠି ହେବେ ଶାହ, ନବୀନ , ମମତା ଓ ନିତିଶ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଓ ଅନ୍ୟ ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିବେ। । ଖାଲି ସେତିକି ନୁହେଁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ମଧ୍ୟାହ୍ନ ଭୋଜନରେ  ଉପସ୍ଥିତ ରହିବେ।

ତେବେ ସେଠାରେ ଅତିଥିମାନଙ୍କୁ କେଉଁ ଖାଦ୍ୟ ପରିବେଷଣ କରାଯିବ, ତା’କୁ ନେଇ ଚର୍ଚ୍ଚା ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ,ନବୀନ ନିବାସରେ ଭାତ, ଡାଲି, ରୁଟି, ବାଇଗଣ ଭଜା,ଆଳୁ ମଟର ମସଲା, ମାଛ ବେସର, ପାଂପଡ଼, ଦହି ରାଇତା, ଟମାଟୋ ଚଟଣି, ଗୁଚି ପନିର, ବୁନ୍ଦି ରାଇତା, ଛେନାପୋଡ଼ ଏବଂ ରସମଲାଇ ଆଦି ସ୍ବାଦିଷ୍ଟ ଖାଦ୍ୟ ଖାଇବାକୁ ଦିଆଯିବ। ଏସବୁ ଖାଦ୍ୟ ସଂପୂର୍ଣ୍ଣ ଘରୋଇ ଶୈଳୀରେ ପ୍ରସ୍ତୁତ ହୋଇଥିବା ଜଣାଯାଇଛି।