ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ହେଲା ପ୍ରସିଦ୍ଧ ହଜରତଗଞ୍ଜ ଛକ

ଲକ୍ଷେ୍ନø: ଉତ୍ତର ପ୍ରଦେଶର ରାଜଧାନୀ ଲଖନଉସ୍ଥିତ ପ୍ରସିଦ୍ଧ ହଜରତଗଞ୍ଜ ଛକର ନାମ ପରିବର୍ତ୍ତନ ହୋଇଛି । ଏହି ଛକକୁ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯାଇଛି । ଏଥି ସହିତ ଇସ୍ମାଇଲଗଞ୍ଜସ୍ଥିତ ନଗର ନିଗମ ଡିଗ୍ରୀ କଲେଜର ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏହାକୁ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ଉତ୍ସର୍ଗ କରାଯାଇଛି । ସହରର ପସନ୍ଦଯୋଗ୍ୟ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ରଖିବା ପାଇଁ ନଗର ନିଗମ ଗୁରୁବାର ଏହି ୨ ନାମ ପରିବର୍ତ୍ତନ କରିଛନ୍ତି । ଏଥି ସହିତ ତାଙ୍କ ନାଁରେ ରହୀମବାଦରେ ୫ ହେକ୍ଟର ଜମି ଉପରେ ଅଟଳ ଉଦୟ ବନ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି । 

ସହରର ସବୁଠାରୁ ବ୍ୟସ୍ତବହୁଳ ହଜରତଗଞ୍ଜ ଛକର ନାମ ପରିବର୍ତ୍ତନ କରାଯିବା ପରେ ଗୁରୁବାର ମେୟର ସଂଯୁକ୍ତା ଭାଟିୟା ଏବଂ ନଗର ଆୟୁକ୍ତ ଇନ୍ଦ୍ରମଣୀ ତ୍ରିପାଠୀ ଅଟଳ ଛକର ବୋର୍ଡକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ମେୟର କହିଛନ୍ତି, ଅଟଳ ଛକ ନାମ ମିଳିବା ପରେ ଏହି ସ୍ଥାନର ମର୍ଯ୍ୟାଦା ଆହୁରି ବଢ଼ିଯିବ । ନିଜର ରାଜନୈତିକ ଜୀବନରେ ଅଟଳ ବିହାରୀ ବାଜପେୟୀ ଏହି ସ୍ଥାନ ପ୍ରତି ଗଭୀର ଦୃଷ୍ଟି ଦେଇଥିଲେ । ଏହା ତାଙ୍କ ପାଇଁ ସଠିକ ଶ୍ରଦ୍ଧାଞ୍ଜଳି ହେବ ବୋଲି ମେୟର କହିଛନ୍ତି । 

ରହୀମାବାଦରେ ନଗର ନିଗମର ୫ ହେକ୍ଟର ଜମିରେ ଏଚସିଏଲ ଅଟଳ ଉଦୟ ବନର ବିକାଶ ହେବ । ଏଥି ପାଇଁ ନଗର ନିଗମ ଏବଂ ଏଚସିଏଲ ମଧ୍ୟରେ ବୁଝାମଣା ହୋଇ ପାରିବ । ବୁଝାମଣା ଅନୁସାରେ ଏଠାରେ ଏକ ଲକ୍ଷ ବୃକ୍ଷରୋପଣ କରାଯିବ ଏବଂ କଂପାନୀ ୧୦ ବର୍ଷ ଯାଏଁ ଏହାର ଯତ୍ନ ନେବ ।