ୟୁପି ବିଧାନସଭା ନିର୍ବାଚନ: ୧୩ଟି ଆସନରୁ ଆଶାୟୀଙ୍କ ନାମ ଘୋଷଣା କଲେ ମାୟାବତୀ

ଲକ୍ଷ୍ନୌ:ବହୁଜନ ସମାଜ ପାର୍ଟି ଉପନିର୍ବାଚନକୁ ନେଇ ଏକ ମୁଖ୍ୟ ଘୋଷଣା କରିଛି । ଆଜି ଲକ୍ଷ୍ନୌରେ ଆୟୋଜିତ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ୧୩ଟି ଆସନରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ଏକାକୀ ଲଢିବାକୁ ଘୋଷଣା କରିଛି । ଏହା ସହ ପ୍ରତ୍ୟାଶୀମାନଙ୍କ ନାମ ମଧ୍ୟ ଘୋଷଣା ହୋଇ ସାରିଛି । ଏହି ବୈଠକରେ ପୁଣି ଥରେ ସର୍ବ ସମ୍ମତିରେ ମାୟାବତୀଙ୍କୁ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ମନୋନୀତ କରାଯାଇଛି । 

ଆୟୋଜିତ ବୈଠକରେ ବିଏସପି ସୁପ୍ରିମୋ ମାୟାବତୀ ୧୩ଟି ବିଧାନସଭା ଆସନରେ ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲେ । ବିଏସପି ପ୍ରଥମ ଥର ପାଇଁ ଉପନିର୍ବାଚନ ଲଢିବାକୁ ଯାଉଛି । ଘୋସୀ ଆସନରୁ କୟୁମ ଅଂସାରୀ, ମାନିକପୁରରୁ ରାଜନାରାୟଣ ନିରାଲା, ହମୀରପୁରରୁ ନୌଶାଦ ଅଲୀ, ଜୈଦପୁରରୁ ଅଖିଳେଶ ଆମ୍ବେଦକର, ବଲହାରୁ ରମେଶ ଗୌତମ, ଟୁଣ୍ଡଲାରୁ ସୁନୀଲ କୁମାର ଚିତୌଡ, ଲକ୍ଷ୍ନୌ କ୍ୟାଣ୍ଟରୁ ଅରୁଣ ଦ୍ୱିବେଦୀ, ପ୍ରତାପଗଡ ସଦରରୁ ରଞ୍ଜୀତ ସିଂହ ପଟେଲ, ରାମପୁରରୁ ଜୁବେର ମସୂଦ, କାନପୁରରୁ ଦେବୀ ପ୍ରସାଦ ତିୱାରୀ, ଓ ଜଲାଲପୁରରୁ  ଏଯାଏଁ କୌଣସୀ ପ୍ରତ୍ୟାଶିଙ୍କର ନାମ ଘୋଷଣା ହୋଇ ନାହିଁ । 

ବୈଠକରେ ମାୟାବତୀ ପାର୍ଟିର ପଦାଧୀକାରୀଙ୍କୁ ତିନୋଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ଓ ଉତ୍ତରପ୍ରଦେଶର ଉପନିର୍ବାଚନ ସମ୍ପୂର୍ଣ୍ଣ କୌଶଳର ଲଢିବାକୁ ନିର୍ଦ୍ଦେଶ ଦେଇଛନ୍ତି । କଂଗ୍ରେସ ଏବଂ ବିଜେପି ବିରୋଧରେ ଏହି ନିର୍ବାଚନ ଲଢାଯିବ । ତେଣୁ ବାଲାନ୍ସ ଅଫ ପାୱାର ମାଧ୍ୟମରେ ନିର୍ବାଚନ ଲଢିବାକୁ ମାୟାବତୀ କହିଛନ୍ତି ।