ଗ୍ରାହକଙ୍କ ପାଇଁ ଖୁସି ଖବର : ଏଲପିଜି ସିଲିଣ୍ଡର ଦର କମିଲା

ଆଇଓସିଏଲ ଘରୋଇ ରିହାତିଯୁକ୍ତ ରନ୍ଧନଗ୍ୟାସର ଦର ହ୍ରାସ କରିଛି

ନୂଆଦିଲ୍ଲୀ : ଏଲପିଜି ଦର ହ୍ରାସ କମିଲା । ଆଇଓସିଏଲ ନୂଆ ସଂଶୋଧିତ ଦର ତାଲିକା ଜାରି କରିଛି । ସବସିଡି ଥିବା ସିଲିଣ୍ଡର ଉପରେ ୧ଟଙ୍କା ୪୬ ପଇସା ହ୍ରାସ କରାଯାଇଥିବା ବେଳେ ସବସିଡି ନଥିବା ସିଲିଣ୍ଡର ଉପରେ ୩୦ ଟଙ୍କା ହ୍ରାସ କରାଯାଇଛି ।  

ଅନ୍ତରାଷ୍ଟ୍ରୀୟ ବଜାରରେ ଏଲ୍ପିଜି ଦର ହ୍ରାସ ଏବଂ ଆମେରିକୀୟ ଡଲାର ଏବଂ ଟଙ୍କା ବିନିମୟ ଦର ଦୃଢ ହୋଇଥିବା କାରଣରୁ ୧ ଫେବୃୟାରୀ ୨୦୧୯ ସୁଦ୍ଧା ଭୁବନେଶ୍ୱରରେ ଅଣ-ରିହାତି ଏଲ୍ପିଜି ଦର ସିଲିଣ୍ଡର ପିଛା ଟ. ୩୦.୫୦ ହ୍ରାସ ଘଟିବାର ଅନୁମାନ କରାଯାଉଛି । ତଦନୁସାରେ, ଘରୋଇ ଏଲ୍ପିଜିର ଉପଭୋକ୍ତାଙ୍କ ଦ୍ୱାରା ଅଗ୍ରିମ ନଗଦ କାରବାରରେ ମଧ୍ୟ ସିଲିଣ୍ଡର ପିଛା ଟ ୩୦.୫୦/ ହ୍ରାସ ଘଟିବ । ଘରୋଇ ଏଲ୍ପିଜି ଉପଭୋକ୍ତାଙ୍କୁ ବର୍ତ୍ତମାନ ସିଲିଣ୍ଡର ପିଛା ଟ ୭୧୬.୫୦ ବଦଳରେ ଟ.୬୮୬.୦୦ ଅଗ୍ରିମ ପୈଠ କରିବାକୁ ପଡ଼ିବ ।
ଘରୋଇ ଏଲ୍ପିଜି ସିଲିଣ୍ଡର ଦରରେ ସରକାରଙ୍କ ଦ୍ୱାରା ରିହାତି ଦିଆଯାଉଥିବାରୁ, ଉପଭୋକ୍ତାଙ୍କୁ ରିହାତି ଉପରେ ପ୍ରଭାବୀ ମୂଲ୍ୟରେ ସିଲିଣ୍ଡର ପିଛା ଟ.୧.୪୯ ହ୍ରାସ ଘଟିବ (୨୦୧୯ ଜାନୁୟାରୀ ମାସରେ ଟ.୫୦୫.୮୩ ରୁ ଫେବୃୟାରୀ ମାସ ମଧ୍ୟରେ ଟ ୫୦୪.୩୪ ) । ଅଣ-ରିହାତିଯୁକ୍ତ ଏଲ୍ପିଜି ଦରରେ ହ୍ରାସ କାରଣରୁ ଜିଏସ୍ଟିର ପ୍ରଭାବରେ ହ୍ରାସ ଘଟିଛି ।
କେନ୍ଦ୍ର ସରକାରଙ୍କ ତରଫରୁ ଦିଆଯାଉଥିବା ରିହାତି (ଟ.୧୮୧.୬୬/ସିଲିଣ୍ଡର ପିଛା) ଏବଂ ଗ୍ୟାସ ରିଫିଲ ଓ ବିତରଣ ପରେ ଏଲ୍ପିଜି ଉପଭୋକ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ କରାଯାଉଛି ।