ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ: ଆଜି ରନ୍ଧନ ଗ୍ୟାସ(ଏଲପିଜି) ସିଲିଣ୍ଡର ଦାମ୍ ବୃଦ୍ଧି ପାଇଛି । ୧୪.୨ କିଲୋ ଓଜନର ଏଲପିଜି ସିଲିଣ୍ଡର ପିଛା ୧୪୪.୫୦ ପଇସା ବୃଦ୍ଧି ପାଇ ୮୫୮.୫୦ ପଇସା ହୋଇଯାଇଛି ।
୨୦୧୪ ଜାନୁଆରି ପରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କ୍ଷେତ୍ରରେ ଏହା ସର୍ବାଧିକ ରହିଥିବା ଜାଣିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, ୨୦୧୪ ଜାନୁଆରିରେ କେନ୍ଦ୍ର ସରକାର ଏଲପିଜି ସିଲିଣ୍ଡରର ପିଛା ମୂଲ୍ୟରେ ୨୨୦ ଟଙ୍କା ବୃଦ୍ଧି ଘଟାଇଥିଲେ। ଯାହାକି ଏଲପିଜି ସିଲିଣ୍ଡରର ପିଛା ମୂଲ୍ୟରେ ସର୍ବାଧିକ ବୃଦ୍ଧି ଥିଲା। ଅନ୍ତର୍ଜାତିକ ସ୍ତରରେ ଘଟିଥିବା ମୂଲ୍ୟ ବୃଦ୍ଧି ଯୋଗୁଁ ଭାରତରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିବା ପାଇଁ ସରକାର ବାଧ୍ୟ ହୋଇଥିବା କୁହାଯାଉଛି।
କିନ୍ତୁ, ଅନ୍ୟପକ୍ଷରେ ସରକାର ଗ୍ରାହକମାନଙ୍କ ପାଇଁ ସବ୍ସିଡି ମୂଲ୍ୟରେ ବୃଦ୍ଧି ଘଟାଇଛନ୍ତି। ପୂର୍ବରୁ ଗ୍ରାହକମାନେ ଏଲପିଜି ସିଲିଣ୍ଡରର ପିଛା ୧୫୩ଟଙ୍କା ୮୬ ପଇସାର ସବସିଡି ପାଉଥିବା ବେଳେ ଏବେ ସରକାର ତାହାକୁ ୨୯୧.୪୮ ପଇସାକୁ ବୃଦ୍ଧି କରି ଦେଇଛନ୍ତି। ଜଣେ ଗ୍ରହକ ବର୍ଷକୁ ୧୨ଟି ସବସିଡି ଯୁକ୍ତ ଏଲପିଜି ସିଲିଣ୍ଡରର ପାଇପାରିବ। ସେହିପରି ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ହିତାଧିକାରୀମାନେ ୧୭୪ ଟଙ୍କା ୮୬ ପଇସାର ସବସିଡି ପାଉଥିବା ବେଳେ ଏବେ ତାହା ୩୧୨ଟଙ୍କା ୪୮ ପଇସାକୁ ବୃଦ୍ଧି ପାଇଛି।
ଏହି ମୂଲ୍ୟବୃଦ୍ଧି ପରେ ଭୁବନେଶ୍ୱରରେ ଏବେ ୧୪.୨ କିଲୋ ଓଜନ ବିଶିଷ୍ଟ ଏଲପିଜି ସିଲିଣ୍ଡରର ପିଛା ମୂଲ୍ୟ ୮୯୫ ଟଙ୍କା ୫୦ ପଇସା ହୋଇଛି।