୨୦ରୁ ଏକଘଂଟା ପାଇଁ ଖୋଲିବ ତଳକୋର୍ଟ

କଟକ: କରୋନା ମୁକାବିଲା ପାଇଁ  ସାରା ରାଜ୍ୟକୁ ଲକ୍‌ଡାଉନ କରାଯାଇଛି। ଏହି ଲକ୍‌ଡାଉନ କଟକଣା ଯୋଗୁ ତଳକୋର୍ଟ କାର୍ଯ୍ୟ ଅବଧିରେ ପରିବର୍ତନ ଅଣାଯାଇଛି। ଆସନ୍ତା ୨୦ ତାରିଖରୁ ଦିନକୁ ଏକ ଘଂଟା ପାଇଁ କୋର୍ଟ ଖୋଲିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସକାଳେ ଚାଲୁଥିବା କୋର୍ଟ ୯ଟାରୁ ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ସକାଳ ସିଟିଂ ହେଉ ନ ଥିବା କୋର୍ଟ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି ନିର୍ଦ୍ଦେଶନାମା ପ୍ରକାଶ ପାଇଛି।ଆସନ୍ତା ୨୦ ତାରିଖରୁ ପରବର୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହା ଚାଲୁ ରହିବ ବୋଲି ନୋଟିସରେ ଉଲ୍ଲେଖ ରହିଛି।