ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ନେବ ଅବପାତର ରୂପ, ଓଡିଶା, ଆନ୍ଧ୍ର ଓ ତାମିଲନାଡୁରେ ବର୍ଷିବ !

ଭୁବନେଶ୍ବର : ବଙ୍ଗୋପସାଗରରେ ଏକ ଲକ୍ଷୁଚାପ ସୃଷ୍ଟି ହୋଇଛି । ଏହି ଲଘୁଚାପ ଧୀରେ ଧୀରେ ଘନିଭୂତ ହେଉଛି । ଆସନ୍ତା ୪୮ ଘଣ୍ଟା ଭିତରେ ଏହା ଅଧିକ ଘନିଭୂତ ହୋଇ ଅବପାଦ ( ଡିପ ଡ୍ରିପେସନ )ରୂପ ନେବ । ଅବପାତର ରୂପ ନେବା ପରେ ଘୂଣ୍ଣିବଳୟ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡେ ମୁହାିଁଇବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡିବାର ସମ୍ଭାବନା କମ ବୋଲି ଜଣାପଡିଛି । ତେବେ ଏହା ଉପକୂଳ ଅତିକ୍ରମ କରିବା ପରେ ଓଡ଼ିଶା ଆଡକୁ ମୁହାଁଇପାରେ । ଏପରି ହେଲେ ଓଡ଼ିଶାର କେତେକ ଜିଲ୍ଲା ଯଥା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ନୟାଗଡ ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏହି ଅବପାତ ବାତ୍ୟାରେ ପରିବର୍ତ୍ତନ ହେବାର ଆଶଙ୍କା କମ ରହିଛି ବୋଲି ଆଇଏମଡି କହିଛି ।