ପ୍ରବଳ ବର୍ଷା ଆଶଙ୍କା: ଆଜିଠୁ ୪ ଦିନ ବର୍ଷିବ

ଉପକୂଳ ଓ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବ !
ଭୁବନେଶ୍ୱର : ପୂର୍ବ ବଙ୍ଗୋପ ସାଗରରେ ସମୁଦ୍ତ ପତନ ଠାରୁ ପାଖା ପାଖି ୬ କିଲୋମିଟର ଉପରେ ଏକ ଘୂଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା କାଲି ( ୧୮ ତାରିଖ)ରେ ପୂର୍ବ ଓ କେନ୍ଦ୍ର ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଫଳରେ ୧୭ରୁ (ଆଜିଠୁ ) ୨୦ ତାରିଖ ଯାଏ ୪ ଦିନ ଧରି ଉପକୂଳ ଓ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏଭଳି ସ୍ଥିତିରେ ମତ୍ସଜୀବିଙ୍କୁ ସମୁଦ୍ରକୁ ଯିବା ଲାଗି ବାରଣ କରାଯାଇଛି । ୨୧ରୁ ଏହି ଲଘୁଚାପ ଛତିଶଗଡ ଓ ମଧ୍ୟପ୍ରଦେଶ ଆଡକୁ ଗତିକରିବ । ଏହାର ପ୍ରଭାବ କମିଲେ ୨୨ରୁ ରାଜ୍ୟରେ ପାଗ ଶୁଖିଲା ରହିବ ।

ସେହିପରି ଉତ୍ତର ଉୂପକୂଳ ଆନ୍ଧ୍ରପ୍ରଦେଶରେ ସମୁଦ୍ର ପତନର ୧.୫ କିଲୋମିଟର ଉପରେ ।ଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜିଠୁ ଉତ୍ତର ଓଡିଶାର ମୟୁରଭଞ୍ଜ ସମେତ ନୟାଗଡ,ଖୋର୍ଦ୍ଦା,ପୁରୀ,କଟକ ବୈଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୧୮ରୁ ଦକ୍ଷିଣ ଓଡିଶାର କୋରାପୁଟ, ଗଞ୍ଜାମ, ଗଜପତି,ମାଲକାନାଗିରି, ରାୟଗଡା ଜିଲ୍ଲାରେ ବର୍ଷା ହେବ । ସେହିଭଳି ୨୦ ଓ ୨୧ ଦୁଇ ଦିନ ଧରି ଉପକୂଳ ଓଡିଶା ସମେତ ଗଞ୍ଜାମ, ଗଜପତି, ପୁରୀ, ଖୋଦ୍ଧ, ନୟାଗଡ, ମାଲକାନାଗିରି, କଳାହାଣ୍ଡି, କୋରାପୁଟ, କନ୍ଧମାଳ,ବାଲେଶ୍ୱର, କଟକ, ଜଗତସିଂହପୁର,କେନ୍ଦ୍ରାପଡା, ଭଦ୍ରକ ଜିଲ୍ଲାରେ ଭିଷଣ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
୧୭ରୁ (ଆଜିଠୁ ) ୨୦ ତାରିଖ ଯାଏ ୪ ଦିନ ଧରି ଉପକୂଳ ଓ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ
୧୮ରୁ ଦକ୍ଷିଣ ଓଡିଶାର କୋରାପୁଟ, ଗଞ୍ଜାମ, ଗଜପତି,ମାଲକାନାଗିରି, ରାୟଗଡା ଜିଲ୍ଲାରେ ବର୍ଷା ହେବ ।
୨୦ ଓ ୨୧ ଦୁଇ ଦିନ ଧରି ଉପକୂଳ ଓଡିଶା ସମେତ ଗଞ୍ଜାମ, ଗଜପତି, ପୁରୀ, ଖୋଦ୍ଧ, ନୟାଗଡ, ମାଲକାନାଗିରି, କଳାହାଣ୍ଡି, କୋରାପୁଟ, କନ୍ଧମାଳ,ବାଲେଶ୍ୱର, କଟକ, ଜଗତସିଂହପୁର,କେନ୍ଦ୍ରାପଡା, ଭଦ୍ରକ ଜିଲ୍ଲାରେ ଭିଷଣ ବର୍ଷା ହେବ