ମହାପ୍ରଭୁଙ୍କର ରହିଛି ୫୪୫ କୋଟି ଟଙ୍କା ସ୍ଥାୟୀ ଜମା

ଭୁବନେଶ୍ବର: ବିଶ୍ବ ନିୟନ୍ତା ବଡ ଠାକୁରଙ୍କ ରହିଛି ଅମାପ ସମ୍ପତି । ରାଜ୍ୟ ବ୍ୟତୀତ ଦେଶର ଅନ୍ୟ ୬ ଟି ରାଜ୍ୟରେ ମଧ୍ୟ ବଡ ଠାକୁରଙ୍କ ରହିଛି ସମ୍ପତି ।

ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ଲିଖିତ ଉତର ଅନୁସାରେ ୟେସ ବ୍ୟାଙ୍କରେ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ସ୍ଥାୟୀ ଜମା ରହିଛି । ଏହାଛଡା ଫ୍ଲେକ୍ସି ଜମାରେ ୪୭ କୋଟି ଟଙ୍କା ରହିଛି । ଏପରି ଭାବେ ମୋଟ ୫୯୨ କୋଟି ଟଙ୍କା ଜମା ଅଛି । ତେବେ ଯଦିଓ ଫ୍ଲେକ୍ସି ଜମାରେ ଥିବା ୪୭ କୋଟି ଟଙ୍କା ପ୍ରତ୍ୟାହାର କରାଯାଇଛି । ମୋଟ ସମ୍ପତି ୬,୨୬ କୋଟି ୪୪, ୭୮,୪୪୪ ଟଙ୍କା ରହିଛି । ଏହାବାଦ ୭ ଟି ରାଜ୍ୟରେ ମହାପ୍ରଭୁଙ୍କ ଚାଷ ଜମି ରହିଛି ।

ପଶ୍ଚିମବଙ୍ଗରେ ସର୍ବାଧିକ ୩୨୨ ଏକର, ଆନ୍ଧ୍ର ପ୍ରଦେଶରେ ୧୭.୦୨୦ ଏକର, ମହାରାଷ୍ଟ୍ରରେ ୨୮.୨୧୮ ଏକର, ବିହାରରେ ୦.୨୭୪ ଏକର, ଛତିଶଗଡରେ ୧.୭୦୦ ଏକର ଓ ମଧ୍ୟ ପ୍ରଦେଶରେ ୧୫.୧୧୦ ଏକର ଜମି ରହିଛି । ଅର୍ଥାତ ରାଜ୍ୟ ବାହାରେ ମହାପ୍ରଭୁଙ୍କ ୩୯୫.୨୫୨ ଏକର ଜମି ରହିଛି ।

ମହାପ୍ରଭୁଙ୍କ ମୋଟ ଜମି ୬୦.୪୨୬ ଏକର ଜମି ରହିଛି । ସେଥିରୁ ବର୍ତ୍ତମାନ ୨୫ ହଜାର ୬୨୩ ଏକର ୯୩୦ ଡେସିମିଲ ଜମି ଜବର ଦଖଲରେ ଅଛି । ଅବଶିଷ୍ଟ ୩୪.୮୦୩ ଏକର ଜମି ଶ୍ରୀମନ୍ଦିର ପ୍ରଶାସନ ଖାତାକୁ ଫେରିଛି । ଯେଉଁ ଜମି ଜବରଦଖଲରେ ଅଛି ତାକୁ ଫେରାଇ ଆଣିବା ପାଇଁ ବେଆଇନ ଅବରୋଧ ମାମଲା ଚାଲିଛି ବୋଲି ଆଇନ ମନ୍ତ୍ରୀ ବିଧାନସଭାରେ ଉତର ରଖିଛନ୍ତି ।