ପ୍ରେମିକା-ପ୍ରେମିକ ଲହୁଲୁହାଣ, ଡାକ୍ତରଖାନାରେ ଭର୍ତି

ଯାଜପୁର: ଯାଜପୁର ଜିଲ୍ଲାରେ ଆଜି ଘଟିଛି ଅଭାବନୀୟ ଘଟଣା । ଉଭୟ ପ୍ରେମିକା ଓ ପ୍ରେମିକ ଲହୁଲୁହାଣ ଅବସ୍ଥାରେ ରାସ୍ତାରେ ପଡିଥିବାର ଦେଖିବାକୁ ମିଳିଛି । ଏହାପରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାର ବନ୍ଧଡିହ ଗ୍ରାମର ଧନ ସାହୁ(୨୭) ସେହି ଗ୍ରାମର ଜଣେ ୨୨ ବର୍ଷୀୟା ଯୁବତୀଙ୍କ ମଧ୍ୟରେ କିଛି ବର୍ଷ ପୂର୍ବେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ତେବେ ଆଜି ସକାଳେ ଉଭୟଙ୍କୁ ଗ୍ରାମର ନିକଟ ରାସ୍ତାରେ ଲହୁଲୁହାଣ ଅବସ୍ଥାରେ ପଡିଥିବାର ବାଟୋଇମାନେ ଦେଖିବାକୁ ପାଇଲେ । ଘଟଣାସ୍ଥଳରୁ ଏକ ଧାରୁଆ ଛୁରୀ ମିଳିଛି । ପରିବାର ଲୋକ ଖବର ପାଇ ସେମାନଙ୍କୁ ଆହତ ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତି କରିଛନ୍ତି । ତେବେ ଏହି ଘଟଣାର କାରଣ ଜଣାପଡ଼ି ନ ଥିବାବେଳେ ଅନ୍ୟପଟେ ଉଭୟଙ୍କ ମଧ୍ୟରେ କୌଣସି ବଚସା ହୋଇ ପରସ୍ପର ଉକ୍ତ ଧାରୁଆ ଛୁରୀରେ ହଣାହଣି ହୋଇଥିବାର ସନ୍ଦେହ କରାଯାଉଛି । ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିବା ଜଶାପଡିଛି ।