ପ୍ରେମିକାର ଅନ୍ତରଙ୍ଗ ମୁହୁର୍ତର ଭିଡିଓ ଭାଇରାଲ କଲା ପ୍ରେମିକ,ପୀଡିତା ପାପ କରିଛି କହି ଜରିମାନ ମାଗିଲେ ଗାଁ ଲୋକେ

ମେଘାଳୟ : ପ୍ରେମିକାର ଅନ୍ତରଙ୍ଗ ମୂହୁର୍ତର ଫଟୋ ଭାଇରାଲ କଲା ପ୍ରେମିକ । ସୋସିଆଲ ମିଡିଆରେ ଛାଡିଦେଲା ଅଶ୍ଲୀଳ ଭିଡିଓ । ପ୍ରମିକା ତା ନିଜର ଅଶ୍ଳୀଳ ଭିଡିଓ ଭାଇରାଲ ହେବା ଦେଖି ହତବାକ ହୋଇଯାଇଥିଲା । ପ୍ରେମିକାକୁ ଅନ୍ତରଙ୍ଗ ମୂହୁର୍ତର ଭିଡିଓ ହଟାଇ ନେବାକୁ କାକୁତି ମିନତି ବି ହେଲା । ହେଲେ ଶୁଣି ନଥିଲା ପ୍ରେମିକ । ଶେଷରେ ପୋଲିସରେ ଅଭିଯୋଗ କରିଥିଲେ ପ୍ରେମିକା । ହେଲେ କିଛି ଲାଭ ହେଲାନି ପୋଲିସ ପ୍ରେମିକକୁ ଗିରଫ କରି କାଯ୍ୟାନୁଷ୍ଠାନ ନେବା ବେଳକୁ ସୋସିଆଲ ମିଡିଆରେ ଛାଇ ଯାଇଥିଲା ପ୍ରେମିକାର ସେକ୍ସ ଭିଡିଓ ।
ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରଛି । ସେପଟେ ସୋସିଆଲ ମିଡିଆରେ ପୀଡିତାର ଅଶ୍ଲୀଳ ଭିଡିଓ ଦେଖି ଗାଁ ଲୋକେ ଭାଇରାଲ କରିଥିବା ଯୁବକ( ପ୍ରେମକ) ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ପୀଡିତା ଏପରି କରି ପାପ କରିଛି ବୋଲି କହି ତାର ପରିବାର ଠାରୁ ତିନି ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି ।
ଏମିତି ଘଟଣା ଘଟିଛି ମେଘାଳୟର ସିଲିଂରେ । ଏହି ଖବର ପ୍ରଚାରିତ ହେବା ପରେ ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ତୀବ୍ର ପତିକ୍ରିୟା ବି ପ୍ରକାଶ ପାଇଛି ।