ମଡେଲ ହେବାକୁ ଚାହିଁବାରୁ ପ୍ରେମିକକୁ ହତ୍ୟାକଲା ପ୍ରେମିକ

ନାଗପୁର : ପ୍ରେମିକା ଚାହୁଁଥିଲା ମଡେଲ ହେବ । ହେଲେ ପ୍ରମିକା ମଡେଲ ହେଉ ଏକଥା ଚାହୁଁନଥିଲା ପ୍ରେମିକ । ତେଣୁ ପ୍ରେମିକା କଥା ନମାନିବାରୁ ପଥରରେ ଛେଚି ପ୍ରେମିକାକୁ ହତ୍ୟାତ କଲା । ଏମିତି ଘଟଣା ଘଟିଛି ନାଗପୁରରେ । ମଡେ଼ଲ ହେବାକୁ ଚାଁହୁଥିଲେ ନାଗପୁରର ଖୁସି । କିନ୍ତୁ ତାଙ୍କର ମଡେଲ ହେବାର ଇଚ୍ଛା ପ୍ରେମିକଙ୍କୁ ଭଲ ଲାଗୁନଥିଲା । ଯାହାଫଳରେ ନିଜ ପ୍ରେମିକାଙ୍କୁ ପଥରରେ ଛେଚି ହତ୍ୟା କରିଛି ପ୍ରେମିକ ଅସରାଫ ଶେଖ ।
ସୂଚନା ମୁତାବକ ମହାରାଷ୍ଟ୍ର ନାଗପୁରର ଖୁସି ପରିହାର, ଅସରାଫ ଶେଖ ନାମକ ଯୁବକଙ୍କୁ ଭଲ ପାଉଥିଲେ । ତେବେ ଖୁସି ମଡେଲ ହେବାକୁ ଚାଁହୁଥିବାବେଳେ ଫେସନ ସୋ ମାନଙ୍କରେ ଭାଗ ନେଉଥିଲେ  ଇଚ୍ଛା ଥିଲା ଦିନେ ସେ ବି ନାମିଦାମୀ ମଡେଲ ହେବେ ଓ ବଲିଉଡ ଜଗତରେ ପାଦ ରଖିବେ ଜ୍ଝ କିନ୍ତୁ ଅସରାଫଙ୍କୁ ଏସବୁ ପସନ୍ଦ ନଥିଲା ଜ୍ଝ ଫେସନ ସୋ ସମୟରେ ଅନ୍ୟ ଯୁବକଙ୍କ ସହ ଖୁସିଙ୍କ ମିଶିବାକୁ ପ୍ରେମିକ ପସନ୍ଦ କରୁନଥିଲେ ଜ୍ଝ ଏଥିପାଇଁ ଖୁସିଙ୍କୁ ଅସରାଫ ହତ୍ୟା କରିଥିଲା । ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ଘଟଣାସ୍ଥଳରେ ଖୁସିଙ୍କର ମୁହଁକୁ ପଥରରେ ଛେଚି ହତ୍ୟା କରାଯାଇଥିବାର ଦେଖିବାକୁ ମିଳିଥିଲା  ପରେ ପୁଲିସ ସୋସିଆଲ ମିଡ଼ିଆରୁ ପ୍ରେମିକ ଅସରାଫଙ୍କ ବାବଦରେ ଜାଣିବାକୁ ପାଇଥିଲା ଜ୍ଝ ପରେ ପୁଲିସ ଅସରାଫଙ୍କୁ ଏ ବାବଦରେ ପଚରାଉଚୁରା କରିଥିଲା ଆଉ ଅସରାଫ ନିଜ ଭୁଲ ମାନିଯାଇଥିଲା ।