ପ୍ରେମିକକୁ ଘରକୁ ଡାକି ଆଖିରେ ପଟି ବାନ୍ଧି ତଣ୍ଟି କାଟିଦେଲା ପ୍ରେମିକା

ନୂଆଦିଲ୍ଲୀ : ପ୍ରେମିକ ସହ ଶାରୀରିକ ସଂପର୍କ ରଖିବାକୁ ଲୋଭ ଦେଖାଇ ଘରକୁ ଡାକିଲା ପ୍ରେମିକ । ପ୍ରେମିକାର ଗୋଟିଏ ଫୋନ କଲରେ ପାଗଳ ପ୍ରେମିକ ବିହାରରୁ ଦିଲ୍ଲୀ ପହଁଚିଗଲା । ଆଉ ପ୍ରେମିକା ଘରେ ଆରମ୍ଭ ହେଲା ରତୀକ୍ରୀଡା । ଶାରୀରିକ ସଂପର୍କ ଆଳରେ ପ୍ରେମିକ ଆଖିରେ ପଟି ବାନ୍ଧି ତଣ୍ଟି କାଟି ହତ୍ୟା କଲା ପ୍ରେମିକ । ଏମିତି ଅଭିଯୋଗ ଆସିଛି ନୋଏଡାରେ ।
ଲଭ,ସେକ୍ସ ଓ ଧୋକାର ଏହି ଖଳନାୟିକା ଜଣଙ୍କ ହେୁଛନ୍ତି ୨୨ ବର୍ଷୀୟା ସୁନ୍ଦରୀ ଦତରୁଣଈ ଇସାରା ( ଛଦ୍ମନାମ) । ଚାରି ବର୍ଷ ପୂର୍ବେ ଟ୍ରେନ ଯାତ୍ରା ସମୟରେ ସାଏରାଙ୍କ ସହ ପ୍ରେମିକ ରହିମ ଓ ତାଙ୍କ ସାଙ୍ଗ ଇସ୍ରାଫିଲ ପ୍ରେମରେ ପଡିଥିଲେ । ଦିଲ୍ଲୀରୁ ବିହାରର କଟିୟାର ଯାୁଥିବା ଟ୍ରେନରେ ଏମାନଙ୍କର ଦେଖାସାକ୍ଷତ ହୋଇ ପ୍ରେମ ଆରମ୍ଭ ହୋଇଥିଲା ।

ମହିଳାଙ୍କ ପ୍ରେମରେ ଏକଦମ ପାଗଳ ପ୍ରାୟ ହୋଇଯାଇଥିଲେ। ଏମିତି ଭାବେ ପାଗଳ ହୋଇଥିଲେ ଯେ ମହିଳାଙ୍କର ଗୋଟାଏ ଫୋନ୍‌ କଲ୍‌ରେ ବିହାରରୁ ଦିଲ୍ଲୀ ଆସିଥିଲେ ଏକ ହତ୍ୟା ଷଡ଼ଯନ୍ତ୍ରରେ ଅଂଶୀଦାର ହେବା ପାଇଁ। ସେହିପରି ଅନ୍ୟ ଜଣେ ସାଙ୍ଗ ଇସ୍ରାଫିଲ୍‌ ମଧ୍ୟ ମହିଳାଙ୍କ ଚକ୍ରାନ୍ତରେ ପଡ଼ି ଯାଇଥିଲେ। ମହିଳା ଜଣଙ୍କ ତାଙ୍କୁ ଶାରୀରିକ ସଂପର୍କ ସ୍ଥାପନର ପ୍ରଲୋଭନ ଦେଖାଇ ଘରକୁ  ଡାକି ତାଙ୍କ ଆଖିରେ ପଟି ବାନ୍ଧି ତଣ୍ଟି କାଟି  ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଲଭ୍‌, ସେକ୍ସ ଓ ଧୋକାର ଏହି କାହାଣୀର ଖଳନାୟିକା ହେଉଛନ୍ତି ୨୨ ବର୍ଷୀୟା ସାଇରା। ଚାରି ବର୍ଷ ପୂର୍ବେ ଦିଲ୍ଲୀରୁ ବିହାରର କଟିହାର ଯାଉଥିବା ଏକ ଟ୍ରେନ୍‌ରେ ଏହି ୩ ଜଣ ଏକତ୍ର ଯାତ୍ରା କରୁଥିଲେ। ସେଠାରେ ରହିମ୍‌ ଓ ଇସ୍ରାଫିଲ୍‌ ୨ ଜଣ ଯାକ ସାଇରାଙ୍କ ପ୍ରେମରେ ପଡ଼ିଗଲେ। ଏପରିକି ସାଇରାଙ୍କ ଘର ବାଟରେ ପଡ଼ିବାରୁ ସେ ଦୁହେଁ ତାଙ୍କୁ ଛାଡ଼ିବାକୁ ବି ଯାଇଥିଲେ।

କିଛି ଦିନ ପରେ ଇସ୍ରାଫିଲ୍‌ ବିବାହ କରିଦେଲେ। ସାଇରାଙ୍କ ସହ ରହିମଙ୍କ ସଂପର୍କ ବଢ଼ିବାରେ ଲାଗିଲା। ମାତ୍ର ଇସ୍ରାଫିଲ୍‌ ଓ ସାଇରା ଲୁଚି ଲୁଚି ପରସ୍ପରକୁ ଦେଖା କରୁଥିଲେ। ଇସ୍ରାଫିଲ୍‌ ଧୀରେ ଧୀରେ ସାଇରାକୁ ବ୍ଲାକମେଲ୍‌ କରିବାକୁ ଲାଗିଲା। ସାଇରା କିଛି ଉପାୟ ନପାଇ ରହିମ୍‌ର ସାହଯ୍ୟ ନେଇ ଇସ୍ରାଫିଲ୍‌ଙ୍କୁ ହତ୍ୟା ଷଡ଼ଯନ୍ତ୍ର ରଚିଥିଲା।