ପ୍ରେମିକା ଘରେ ଲହୁଲୁହାଣ ହୋଇ ଡାକ୍ତରଖାନା ଗଲା, ପ୍ରେମିକ କାହିଁକି ?

ପୁରୀ : ପ୍ରେମିକାକୁ ଦେଖା କରି କଥା ହେବାକୁ ପ୍ରେମିକ ଯାଇଥିଲେ ପ୍ରେମିକାଙ୍କ ଘରକୁ । ହେଲେ ନିଜ ଘରକୁ ନଫେରି ପ୍ରେମିକା ଘରୁ ପ୍ରେମିକ ଲହୁ ଲୁହାଣ ହୋଇ ସିଧା ଗଲେ ଡାକ୍ତରଖାନା । ଏମିତି ଘଟଣା ଘଟିଛି ପୁରୀ ସଦର ଥାନା ଅଞ୍ଚଳରେ ।
ମିଳିଥିବା ଖବର ଅନୁସାରେ ପୁରୀ ସଦର ଥାନା ଅଞ୍ଚଳ ଚାରିନଳା ପତିତପାବନ ନଗରୀର ୨୨ ବର୍ଷର ଯୁବକ ପୂଣ୍ଣଚନ୍ଦ୍ର ବେହେରା ପ୍ରେମିକା ଘରେ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ପୂଣ୍ଣଚନ୍ଦ୍ର ଆଜି ଅପରାହ୍ନରେ ନିଜ ପ୍ରେମିକାଙ୍କ ଘରକୁ ଯାଇଥିଲେ । ସେଠାରେ ପ୍ରେମିକାଙ୍କ ଘର ଲୋକଙ୍କ ସହ ପାଟିତୁଣଅଡ ହୋଇଥିଲା । ଏଥିପାଇଁ ତାଙ୍କୁ ପ୍ରେମିକାକଙ୍କ ଘର ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ପୂଣ୍ଣଚନ୍ଦ୍ର ଲହୁଲୁହାଣ ହୋଇଛନ୍ତି ।
ହେଲେ ପୋଲିସ କିନ୍ତୁ ଭିନ୍ନ କଥା କହୁଛି । ପ୍ରେମିକାଘରେ ପୂଣ୍ଣଚନ୍ଦ୍ର ଆତ୍ମହତ୍ୟା ଉଦ୍ୟମ କରିଛି । ପୋଲିସ ସୂଚନା ଦେଇଛି ଯେ ନିକଟରେ ଜଣେ ଝିଅକୁ ପ୍ରେମ କରିବା ଅଭିଯୋଗରେ ପୋଲିସ ପୂଣ୍ଣଚନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେ ନିକଟରେ ଜେଲରୁ ବେଲରେ ଆସିଛନ୍ତି ।