ଫେସବୁକୁ ପ୍ରେମରୁ ଶାରୀରିକ ସଂପର୍କ,ବିବାହର ଲୋଭ ଦେଇ ମହିଳାଙ୍କୁ ୨୧ ଲକ୍ଷ ଠକିନେଲା ପ୍ରତାରକ ପ୍ରେମିକ

ନୂଆଦିଲ୍ଲୀ : ଫେସବୁୁକରୁ ସଂପକ, ତା ପରେ ଆରମ୍ଭ ହୋଇଥିଲା ପ୍ରେମ । ପ୍ରେମ ଏତେ ଆଗକୁ ବଢିଲା ଯେ, ବିବାହର ଆଗରୁ ପ୍ରେମିକ ସହ ଶାରୀରିକ ସଂପର୍କ ରଖିଲେ ମହିଳା । ଆଉ ଲଜ୍ଜା ଲୁଟିବା ପରେ ବିବାହର ଲୋଭ ଦେଖାଇ ମହିଳାଙ୍କ ଠୁ ୨୧ ଲକ୍ଷ ଲୁଟିିନେଲା ପ୍ରତାରକ ପ୍ରେମିକ । ଏମିତି ଘଟଣା ଘଟିଛି ଦେଶର ରାଜଧାନୀ ଦିଲ୍ଲୀର ଗୁରୁଗ୍ରାମରେ । ଅଭିଯୋଗ ଆସିବା ପରେ ପ୍ରତାରକ ପ୍ରେମିକକୁ ଖୋଜୁଛି ପୋଲିସ ।
ଗଣମାଧ୍ୟମର ଖବର ଅନୁସାରେ, ପୀଡିତା ମହିଳାଙ୍କ ୨୦୧୭ରେ ଫେସବୁକରେ ମହେଶ ମୁଦ୍ରା ନାମକ ଜଣେ ଯୁବକଙ୍କ ସହ ସଂପର୍କ ହୋଇଥିଲା । ପରେ ସଂପର୍କ ପ୍ରେମର ରୂପ ନେଲା । ଉଭୟଙ୍କ ଭିତରେ ହୋଟେଲରେ ଦେଖାସାକ୍ଷତ ହେଲା । ପ୍ରେମିକର ମିଠା ମିଠା କଥା ଓ ବିବାହର ଲୋଭରେ ଭୁଲି ଯାଇ ନିଜ ଦେହ,ମନ ସବୁ କିଛି ମହେଶ ଉପରେ ଓଜାଡି ଦେଲେ ମହିଳା । ଆଉ ଇଜ୍ଜତ ଲୁଟିବା ପରେ ଯୁବକ ୨୧ ଲକ୍ଷ ଟଙ୍କା ବି ଲୁଟିନେଲେ ମହିଳାଙ୍କ ଠାରୁ ।

କିଛି ଦିନ କଥା ହେବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । କିଛି ଦିନ ପରେ ଦୁହେଁ ଏକ ହୋଟେଲରେ ଦେଖା ହେବା ପରେ ମହେଶ ତାଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ କହିଥିଲେ । ପୀଡ଼ିତା ମନା କରିବା ପରେ ମୁଁ ତୁମକୁ ବିବାହ କରିବି ବୋଲି କହିବା ପରେ ଦୁହିଁଙ୍କ ମଧ୍ୟରେ ଶାରୀରିକ ସଂପର୍କ ସ୍ଥାପନ ହୋଇଥିଲା । ପରେ ପୀଡ଼ିତା ଏକ କମ୍ପାନିର ଉଚ୍ଚପଦସ୍ଥ ଅଧିକାରୀ ବୋଲି ଜାଣିବା ପରେ ମହେଶ ତାଙ୍କୁ ୨୧ଲକ୍ଷ ଟଙ୍କା ମାଗିଥିଲେ । ଟଙ୍କା ନେବା ପରେ ସେ ପୀଡ଼ିତାଙ୍କ ସହ କଥା ହେବା ବନ୍ଦ କରିବା ସହ ଫୋନ ବନ୍ଦ କରି ଦେଇଥିଲେ । କିଛି ଦିନ ଏପରି ହେବା ପରେ ମହେଶଙ୍କ ଚାଲ ବୁଝି ପାରି ପୁଲିସରେ ଅଭିଯୋଗ କରିଥିଲେ ପୀଡ଼ିତା ।