ପ୍ରେମ ସଂପର୍କ ଭାଙ୍ଗିବାପରେ ପ୍ରେମକାଠୁ ଧାର ଟଙ୍କା ମାଗି ଯୁବତୀଙ୍କ ଠୁ ଛେଚା ଖାଇଲା ପ୍ରେମକ

ଆଗ୍ରା  : ପ୍ରେମରେ ବ୍ରେକ୍ ଅପ୍ ହେଲା । ଆଉ ପ୍ରେମିକା ଠୁ ସଂପର୍କ ତୁଟିବା ପରେ ରାଗିଗଲେ ପ୍ରେମକ ପ୍ରବର । ପ୍ରେମକା ଲାଗି ଖର୍ଚ୍ଚ କରିଥିବା ସବୁ ଟଙ୍କା ଓ ଧାର ଦେଇଥିବା ଅର୍ଥ ମାଗିଲେ ଫେରସ୍ତ । ଅର୍ଥ ତ ମିଳିଲାନି ଓଲଟି ପ୍ରେମିକା ଉତ୍ତମ ମଧ୍ୟମ ଦେଲା । ଏହାକୁ ନେଇ ଏବେ ସବୁ ଠି ଚର୍ଚ୍ଚା ଆରମ୍ଭ ହୋଇଛି ।

ଆଗ୍ରାରେ ଘଟିଛି ଘଟଣା । ଏଠାରେ ଜଣେ ଯୁବକ ବ୍ରେକ୍ ଅପ୍ ପରେ ପ୍ରେମିକାଙ୍କୁ ଧାର ନେଇଥିବା ଟଙ୍କା ମାଗିଛନ୍ତି। ତାଙ୍କ ପ୍ରେମିକା ଦେବାକୁ ମନା କରିବାରୁ ଯୁବକ ଜଣକ ତାଙ୍କ ମୋବାଇଲ୍ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଏଥିରେ ରାଗିଯାଇ ଯୁବତୀ ତାଙ୍କୁ ମାରିଥିଲେ। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଦୁଇ ଜଣଙ୍କୁ ଅଲଗା କରି ଯୁବକଙ୍କୁ ହେପାଜତକୁ ନେଇଥିଲା।

ଆଗ୍ରାର ଜଗଦୀଶପୁରା ଥାନା ନିକଟରେ ପଶ୍ଚିମପୁରୀରେ ଘଟିଛି ଏହି ଘଟଣା। ଏଠାରେ ଜଣେ ଯୁବତୀଙ୍କ ଫୋନ୍ ଯୁବକ ଜଣକ ଛଡ଼ାଉଥିଲା। ଯୁବତୀ ପାଟି କରିବାରୁ ସ୍ଥାନୀୟ ଲୋକମାନେ ଆସି ଯୁବକଙ୍କୁ କାବୁ କରି ନିସ୍ତୁକ ପିଟିଥିଲେ। ଏହା ପରେ ସେଠାରେ ଥିବା କେତେକ ଲୋକ

ପୋଲିସକୁ ଖବର ଦେବାରୁ ପୋଲିସ୍ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା।
ଯୁବକର କହିବା ଅନୁସାରେ ମାତ୍ର ଦୁଇ ତିନି ହଜାର ଟଙ୍କାର ମୋବାଇଲ୍ ନେଇ ସେ କ’ଣ କରିବ। ଯୁବକକୁ ପଚାରିବାରୁ ଜଣା ପଡ଼ିଲା ଯେ ଯୁବକ ଯୁବତୀ ଗୋଟିଏ ଗାଁରେ ରହୁଥିଲେ। ଯୁବତୀଜଣକ ତାଙ୍କ ପ୍ରେମିକା ଥିଲେ। ଯୁବତୀ ଜଣକ କୈାଣସି କାମ ପାଇଁ ଯୁବକଙ୍କଠାରୁ ୧୫ହଜାର ଟଙ୍କା ଧାର ନେଇଥିଲେ ଏବଂ କୈାଣସି କାରଣ ପାଇଁ ବ୍ରେକ୍ ଅପ୍ କରିଥିଲେ। ଏବେ ଟଙ୍କା ଫେରାଇବାର ନାଁ ଧରୁନାହାନ୍ତି। ଏଥିପାଇଁ ଝଗଡ଼ା ହୋଇଥିଲା।

ଦେହଜୀବିଙ୍କ ଖୁଲାସା,ଅନଲାଇନରେ ଚାଲୁଥିଲା ବେପାର , ରାତିକୁ ରୋଜ ଗାର ୮ ଲକ୍ଷ, ଗ୍ରାହକ ଥିଲେ ମନ୍ତ୍ରୀ,ନେତା,ଅଭିନେତା