ସୋସିଆଲ ମିଡିଆରେ ଭାଇରାଲ ପ୍ରେମ କାହାଣୀ ଭିଡିଓ, ପରିବାର ଅରାଜିରୁ ଭିଡିଓ ସେୟାର କରି ନ୍ୟାୟ ମାଗିଲେ ପ୍ରେମୀ ଯୁଗଳ !

ଭୁବନେଶ୍ୱର : ସୋସିଆଲ ମିଡିଆରେ ଘୁରି ବୁଲୁଛି ପ୍ରେମକାହାଣୀର ଭିଡିଓ । ପରିବାର ଲୋକଙ୍କ ଅରାଜିରେ ପ୍ରେମୀ ଯୁଗଳ ବିବାହ ହେବାକୁ ନିଷ୍ପତ୍ତି ନେଇ ଘର ଛାଡିଛନ୍ତି । ହେଲେ ସେମାନଙ୍କୁ ପରିବାର ଲୋକେ ଗ୍ରହଣ କରୁ ନାହାନ୍ତି । ନିଜ ଜୀବନ ପ୍ରତି ବିପଦ ଥିବାରୁ ସେମାନେ ଭିଡିଓ ସେୟାର କରି ନ୍ୟାୟ ମାଗୁଛନ୍ତି । ଭିଡିଓରୁ ଯୁବକ ମୁସଲମାନ ଓ ଯୁବତୀ ଜଣଙ୍କ ହିନ୍ଦୁ ସଂପ୍ରଦାୟର ଝିଅ ବୋଲି ଜଣା ପଡୁଛି । ଏହି ପ୍ରେମକାହାଣୀ ଯାଜପୁର ଜିଲ୍ଲାର । ଏହାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ।

ଭିଡିଓଟିରେ ଉଭୟ ପ୍ରେମିକ-ପ୍ରେମିକା ପରସ୍ପରକୁ ଭଲପାଉଥିବା କଥା ପ୍ରକାଶ କରିଛନ୍ତି। ସେମାନେ ପରସ୍ପରଙ୍କ ସହ ରହିବାକୁ ନିଷ୍ପତ୍ତି ନେଇଥିବା ବେଳେ ବାଧକ ସାଜିଛନ୍ତି ଉଭୟଙ୍କ ପରିବାର ବର୍ଗ। ଏପରିକି ଝିଅଟି ନିଜ ଇଚ୍ଛାରେ ଘରଛାଡ଼ି ଯାଇଥିବା ସତ୍ତ୍ୱେ ଝିଅର ପରିବାର ଲୋକ ପୁଅ ବିରୋଧରେ ମିଛ ଅପହରଣ ମାମଲା ରୁଜୁ କରି ସେମାନଙ୍କୁ ଅଲଗା କରିବାକୁ ଚାହାନ୍ତି ବୋଲି ଭିଡିଓରେ ଝିଅ ଜଣକ ନିଜେ କହୁଥିବାର ଶୁଣିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ଉଭୟଙ୍କ ଘର ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳରେ।

ଫେସବୁକରେ ଜିତ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଏହି ଭିଡିଓ ପୋଷ୍ଟ ହୋଇଛି। ଭିଡିଓରେ ଦିଶୁଥିବା ଯୁବକ ଜଣକ ନିଜ ନାମ ଏସ୍‌କେ ହସନ ବୋଲି କହୁଛନ୍ତି। ତାଙ୍କ ପାଖରେ ବସିଥିବା ଯୁବତୀ ଜଣଙ୍କୁ ସେ ନିଜ ପତ୍ନୀର ପରିଚୟ ଦେଉଛନ୍ତି। ସେମାନେ ପରସ୍ପକୁ ବିବାହ କରିଛନ୍ତି ଓ ପରିବାର ଲୋକ ସମର୍ଥନ ନ କରିବାରୁ ସେମାନେ ସୋସିଆଲ୍‌ ମିଡିଆ ଜରିଆରେ ନ୍ୟାୟ ଚାହୁଁଛନ୍ତି ବୋଲି କହୁଛନ୍ତି। ଏହି ଭିଡିଓ ପୋଷ୍ଟ କରିଥିବା ବ୍ୟବହାରକାରୀ ଏହି ଘଟଣାକୁ ‘ଲଭ ଜିହାଦ’ର ଆଖ୍ୟା ଦେଇଛନ୍ତି। ତେବେ ଯୁବକ-ଯୁବତୀ ନିଜର ସତ ପରିଚୟ ଦେଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ଏହି ଭିଡିଓକୁ ଅଧିକରୁ ଅଧିକ ସେୟାର କରିବାକୁ ପୋଷ୍ଟ କରିଥିବା ଜିତ ନିବେଦନ କରିଛନ୍ତି । ତେବେ ଏହି ଭିଡିଓ ପଛର ସତ କଣ ତାହା ତଦନ୍ତ ହେବାର ଆବ୍ୟକତା ରହିଛି ।

https://www.facebook.com/BabluMohanty11/videos/1464564330313766/?t=4