ସଇତାନ ପ୍ରେମିକ : ବାହାହେବ ବୋଲି ଘରୁ ଡାକି ଆଣିଥିଲା, ମୁଣ୍ଡ ଗଣ୍ଡି ଅଲଗା କରି ଫିଙ୍ଗି ଦେଲା

ଭୁବନେଶ୍ୱର : ସତ୍ୟବାଦୀରୁ ଆଣିଲା ଖୋର୍ଦ୍ଧା ମଳିପଡା ନିକଟରେ ହତ୍ୟା କଲା । ପ୍ରେମିକାର ମୁଣ୍ଡ ଗଣ୍ଡି କାଟି ଅଲଗା କରିବା ପରେ ପୋଲିସ ପାଖରେ ଆତ୍ମସମର୍ପଣ କଲା ପ୍ରେମିକ ।ଏଭଳି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ପୋଲିସ ଘଟଣାର ଅନୁସଂଧାନ କରୁଛି

ପ୍ରେମିକ ସାଜିଲା ସଇତାନ । ପ୍ରେମିକାର ମୁଣ୍ଡକାଟି ବିଭତ୍ସ ଭାବେ ହତ୍ୟା କଲା ପ୍ରେମିକ । ସଇତାନ ପ୍ରେମିକର ଏହି ସାଂଘାତିକ କାରନାମା ପଦାକୁ ଆସିବା ପରେ ଖେଳି ଯାଇଛି ଚାଞ୍ଚଲ୍ୟ । ପୁରୀ ସତ୍ୟବାଦୀ କୁଞ୍ଜର ଗାଁର ଯୁଧିଷ୍ଠିର ସ୍ବାଇଁ ଗୋଳବିଞ୍ଝେଇପଡ଼ାର ସସ୍ମିତା ବିଶ୍ବାଳକୁ ଦୀର୍ଘଦିନ ହେଲା ଭଲ ପାଉଥିଲା । ଗତ ୧୨ ତାରିଖରେ ଯୁଧିଷ୍ଠିରକୁ ବାହା ହେବା ପାଇଁ ଘରୁ ତା ସହ ଚମ୍ପଟ ମାରିଥିଲେ ସସ୍ମିତା । ହେଲେ ୧୩ ତାରିଖରେ ତାଙ୍କୁ ଅତି ବିଭିତ୍ସ ଭାବେ ହତ୍ୟା କରିଥିଲା ଯୁଧିଷ୍ଠିର । ଭୁବନେଶ୍ବର ଚନ୍ଦକା କୃଷ୍ଣପୁରୀର ଏକ ନିଛାଟିଆ ଜଙ୍ଗଲ ଭିତରକୁ ନେଇ ପ୍ରଥମେ ଦୁଷ୍କର୍ମ କରିବା ପରେ ଏକ ଧାରୁଆ ଅସ୍ତ୍ରରେ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଥିଲା । କୃଷ୍ଣପୁରୀ ରାସ୍ତାର ଜଙ୍ଗଲ ଭିତରେ ପଡିଥିଲା ମୁଣ୍ଡ ଆଉ ରାସ୍ତାର ଅନ୍ୟପଟେ ପ୍ରାୟ ୨ଶହ ମିଟର ଦୂରରେ ପଡିଥିଲା ଗଣ୍ଡି । ତେବେ ୧୯ତାରିଖରେ ସତ୍ୟବାଦୀ ଥାନାରେ ଆତ୍ମ ସମର୍ପଣ କରି ହତ୍ୟାକାଣ୍ଡ ସମ୍ପର୍କରେ ବଖାଣିଥିଲା ହତ୍ୟାକାରୀ ଯୁଧିଷ୍ଠିର ।

ସସ୍ମିତା କୁଆଡେ ଅନ୍ୟ କେଉଁ ଯୁବକ ସହ ସଂପର୍କ ରଖିଥିବା ସଂଦେହ କରୁଥିଲା ଯୁଧିଷ୍ଠିର । ସେଥିପାଇଁ ତାକୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ସଂଦେହ କରୁଛି ପୋଲିସ । ସେପଟେ ଚନ୍ଦକା ଓ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ ସହ ପହଞ୍ଚି ତଦନ୍ତ କରିଛି । ମୃତଦେହ ଜବତ କରାଯାଇ ବ୍ୟବଛେଦ ପାଇଁ ପଠାଯାଇଛି । ଘଟଣା ସ୍ଥଳରୁ ଏକ ଧାରୁଆ ଛୁରୀ ଜବତ ହୋଇଛି ।

ଯେଉଁ ଯୁଧିଷ୍ଟିର ମାସକ ପୂର୍ବରୁ ସସ୍ମିତାକୁ ବାହା ହେବ ବୋଲି ପୁରୀ କୋର୍ଟରେ ଆବେଦନ କରିଥିଲା । ସେ ସସ୍ମିତାକୁ କେବଳ ସଂଦେହ କରି ହତ୍ୟା କଲା ନା ଏହା ପଛରେ ଆଉ କିଛି କାରଣ ରହିଛି ? ମୃତଦେହ ବ୍ୟବଛେଦ ଓ ତଦନ୍ତ ପରେ ସତ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି ।

ମାସେ ତଳେ ବାହା ହୋଇଥିଲେ, ମଦ ପାଇଁ ସ୍ତ୍ରୀକୁ ପୋଲିସକୁ ଭଡା ଦେଲେ ଯୁବକ, ତା ପରେ କଣ ହେଲା