ଯୌନକ୍ଷୁବ୍ଧା ମେଣ୍ଟାଇବାକୁ ବାହା ହେବା ପ୍ରତିଶୃତି ଦେଇ ପ୍ରେମିକ ରଖିଲା ଶାରୀରିକ ସଂପର୍କ, ଗର୍ଭବତୀ ଥିବା ଜାଣି ପ୍ରେମିକାକୁ ମାଡ..

ଭୁବନେଶ୍ୱର : ଭଲ ପାଇବା ଆଳରେ ନାବାଳିକାଙ୍କୁ ନିଜ ଜାଲରେ ପକାଇବା । ପରେ ତାଙ୍କୁ ବିବାହର ପ୍ରତିଶ୍ରୃତି ଦେଇ ଶାରୀରିକ ସମ୍ପର୍କ ଆଉ ଶେଷରେ ତାଙ୍କୁ ପ୍ରତାରଣା । ଏଭଳି ଏକ ଅଭିଯୋଗରେ ମହିଳା ଥାନା ପୁଲିସ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଛି । ଗିରଫ ଛାତ୍ର ଜଣଙ୍କ ହେଲେ ବଲାଙ୍ଗୀର ଲୋଇସିଂହା ଅଞ୍ଚଳର ପ୍ରତ୍ୟୁଷ କୁମାର ନାଗ (୨୪) । ପ୍ରତ୍ୟୁଷ ଖଣ୍ଡଗିରି ଥାନା ଅନ୍ତର୍ଗତ ପାତ୍ରପଡ଼ାରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବିଟେକ୍ ଛାତ୍ର ଥିଲେ ।

ପୁଲିସ ସୂଚନା ଅନୁଯାୟୀ, ଦେଢ଼ବର୍ଷ ତଳେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କ ସହ ପ୍ରତ୍ୟୁଷଙ୍କର ଭେଟ ହୋଇଥିଲା । ପ୍ରଥମ ଦେଖାରେ ପ୍ରତ୍ୟୁଷ ନାବାଳିକାଙ୍କୁ ଭଲ ପାଇ ବସିଥିଲେ । ତାଙ୍କୁ ବିଭିନ୍ନ ସମୟରେ ପ୍ରେମ ନିବେଦନ କରିଥିଲେ । ଆଉ ଶେଷରେ ପ୍ରତ୍ୟୁଷର ପ୍ରେମରେ ପଡ଼ିଥିଲେ ନାବାଳିକା । ଧିରେଧିରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ଼ ହୋଇଥିଲା । ପ୍ରତ୍ୟୁଷ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ । ହେଲେ ପ୍ରତ୍ୟୁଷର କଥାରେ ନାବାଳିକା ରାଜି ହୋଇ ନଥିଲେ । ପରେ ପ୍ରତ୍ୟୁଷ ନିଜର ଯୌନକ୍ଷୁବ୍ଧା ମେଣ୍ଟାଇବାକୁ ପାଇଁ ଯୋଜନା କରିଥିଲା ।

ବିବାହ କରିବାକୁ ନାବାଳିକାଙ୍କୁ ପ୍ରତିଶ୍ରୃତି ଦେଇଥିଲା । ଏହାପରେ ବିଭିନ୍ନ ସମୟରେ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା । କିଛିଦିନ ପରେ ନାବାଳିକା ଗର୍ଭବତୀ ଥିବା ଜାଣିବାକୁ ପାଇଥିଲା । ତେଣୁ ବିବାହ ପାଇଁ ନାବାଳିକା ଜଣଙ୍କ ପ୍ରତ୍ୟୁଷକୁ କହିଥିଲେ । ହେଲେ ପ୍ରତ୍ୟୁଷ ବିବାହ କରିବାକୁ ମନା କରିବା ସହ ଗର୍ଭନଷ୍ଟ ପାଇଁ ନାବାଳିକାକୁ ବାଟ ବତାଇଥିଲା । ଯାହାକୁ ନେଇ କିଛିଦିନ ତଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପ୍ରତ୍ୟୁଷ ରାଗି ଯାଇ ନାବାଳିକାଙ୍କୁ ମାଡ଼ ମାରିବା ସହ ଘଟଣା ସମ୍ପର୍କରେ କାହାକୁ ନ କହିବାକୁ ଧମକ ଦେଇଥିଲା । ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ପ୍ରତ୍ୟୁଷ । ଏନେଇ ନାବାଳିକା ଜଣଙ୍କ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ପ୍ରତ୍ୟୁଷଙ୍କୁ ଗିରଫ କରିଛି ।