ବାହା ହେବାକୁ କହି ୫୯ ବର୍ଷର ବୃଦ୍ଦ ୩୦ ମହିଳାଙ୍କୁ ଧୋକ୍କା ଦେଇ ସୁନା ଟଙ୍କା ଲୁଟିଲେ ,ଧରା ହେଲେ କେମିତି ?

ଚେନ୍ନାଇ: ବୃଦ୍ଧକାଳେ ଚାଲିଥିଲା ବାଲ୍ୟଲୀଳା । ବିବାହର ମିଥ୍ୟା ପ୍ରତିଶୃତି ଦେଇ ଧୋକା ଦେଉଥିଲେ ଜଣେ ୫୯ ବର୍ଷର ବୃଦ୍ଧ । ଜଣେ କି ଦୁଇ ଜଣ ନୁହେଁ,ଜଣ ଜଣ କରି ୩୦ ମହିଳାଙ୍କ ମନ ନେଇ ଖେଳ ଖେଳୁଥିଲେ । ସେମାନଙ୍କୁ କେବଳ ବିଭାହର ପ୍ରତିଶୃତି ଦେଉନଥିଲେ ମହିଳାଙ୍କ ମନରେ ବିଶ୍ବାସ ଜନ୍ମାଇ ଟଙ୍କା ସୁନା ଲୁଟ କରୁଥିଲେ । ହେଲେ ଏବେ ପୋଲିସ କବଜ୍ଜାରେ ପଡିଛନ୍ତି । ଏଭଳି ଘଟଣା ସାମ୍ମନାକୁ ଆସିଛି ତାମିଲନାଡୁରେ ।

ବୃଦ୍ଧକାଳେ ବାଲ୍ୟଲୀଳା ଚାଲିଥିଲା, ଜଣ ଜଣ କରି ଏଭଳି ଅନ୍ଦାଜରେ ମହିଳାଙ୍କୁ ଧୋକ୍କା ଦେଇ ସେମାନଙ୍କଠୁ ଟଙ୍କା ଓ ସୁନା ଲୁଟ କରୁଥିଲେ  । ପ୍ରଥମେ ମହିଳାଙ୍କ ସହ ସଂପର୍କ ରଖି ବିଭାହ କରିବାକୁ ରାଜି କରାଏ । ପରେ ଫୋନରେ କଥା ହୋଇ ମନ ନିଏ ବାସ ତା ପରେ ବାହାନା ଖୋଜି ସବୁ ଲୁଟି ନେଇ ଧୋକ୍କା ଦିଏ । ଏମିତି ଅଭିଯୋଗ ଆସିବା ପରେ ପୋଲିସ ବୃଦ୍ଦଙ୍କୁ ଗିରଫ କରିବା ସହ ନଗଦ ସୁନା, ଟଙ୍କା ଓ ଗାଡି ଜବତ କରିଛି । ବୃଦ୍ଦଙ୍କ ନାଁ ମୁରଗନ୍‌ ।

 

ପୋଲିସର ସୂଚନା ଅନୁସାରେ, ମୁରଗନ୍‌ ବୁର୍ମା କଲୋନରେ ବସବାସ କରେ। ହୋସୁରରେ ରହୁଥିବା ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ମରୁଗନକୁ ପୁଲିସ ଗିରଫ କରିଛି। ଅଭିଯୋଗ କରିଥିବା ମହିଳାଙ୍କ ଠାରୁ ବି ମୁରଗନ୍‌ ବିବାହ ପ୍ରସ୍ତାବ ଦେଇ ତାଙ୍କଠାରୁ ସୁନା ଚେନ୍‌ ଲୁଟି ନେଇଥିଲା। ମୁରଗନ ତାମିଲ ଖବର କାଗଜରେ ୨୦୦୮ରୁ ବିବାହର ନକଲି ବିଜ୍ଞାପନ ଦେଇ ଆସୁଥିଲା। ବିଜ୍ଞାପନାରେ ମୁରଗନ୍‌ ଦାବି କରିଥାଏ କି, ତାର ବିବାହ ବିଚ୍ଛେଦ ହୋଇଛି ଓ ସେ ଦ୍ୱିତୀୟ ବିବାହ କରିବାକୁ ଚାହୁଁଛି। ତାର ଭଲ ବ୍ୟବସାୟ ଅଛି, ୪୦ରୁ ୫୦ହଜାର ମାସକୁ ରୋଜଗାର କରୁଛି। ବିବାହ ପାଇଁ ଜାତି ଓ ଧର୍ମକୁ ନେଇ ତାଙ୍କର କୌଣସି ଆପତ୍ତି ନାହିଁ।

ଜଣେ ଅଧିକାରୀଙ୍କ କହିବାନୁସାରେ, ମୁରଗନ୍‌ ଯେଉଁଠାରେ ମହିଳାମାନଙ୍କୁ ଭେଟିଥାଏ ସେଠାରେ କୌଣସି ସିସିଟିଭି କ୍ୟାମେରା ଲାଗି ନଥାଏ । ମୁରଗନ୍‌ ମିଠାମିଠା କଥା କହି ମହିଳାଙ୍କ ବିଶ୍ୱାସ ଜିତି ନେବା ପରେ ଅସୁବିଧା ଅଛି କି ସୁନା ଓ ଟଙ୍କା ମହିଳାଙ୍କୁ ମାଗିଥାଏ। ମହିଳାମାନେ ବି ମୁରଗନ୍‌ କଥାକୁ ସତ ଭାବି ନେଇଥାଆନ୍ତି। ଏହାପରେ ମୁରଗନ୍‌ ଫୋନ୍‌ ସୁଇଜ୍‌ ଅଫ କରି ସିମ୍‌କାର୍ଡ ବଦଳାଇ ଦେଇଥାଏ। ମୁରଗନ୍‌ ପାଖରୁ ପାଖାପାଖି ୫୦ଟି ସିମ୍‌କାର୍ଡ ପୁଲିସ ଜବତ କରିଛି।