ଶ୍ରୀମନ୍ଦିରରେ ବନକଲାଗି ନୀତି; ୪ ଘଂଟା ପାଇଁ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି । ଗୁପ୍ତନୀତି ହେତୁ ଆଜି ୪ ଘଂଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଦ୍ବିତୀୟ ଭୋଗ ମଣ୍ଡପ ପରେ ମହାପ୍ରଭୁଙ୍କର ଏହି ଗୁପ୍ତନୀତି ଅନୁଷ୍ଠିତ ହେବ।

ଅପରାହ୍ନ ୪ ଟାରୁ ରାତି ୮ଟା ଯାଏଁ ଏହି ବନକଲାଗି ନୀତି ଅନୁଷ୍ଠିତ ହେବ । ରାତି ୮ଟା ପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ।