ଭିଜିଲାନ୍ସ ଡିଏସପିଙ୍କ ଘରୁ ଲୁଟ

ଭୁବନେଶ୍ୱର: ଭିଜିଲାନ୍ସ ଡିଏସପିଙ୍କ ଘରୁ ଲୁଟ । ବନ୍ଧୁକ ଦେଖେଇ ଲୁଟିନେଲେ ସୁନା ଚେନ, କାନ ଫୁଲ ଓ ଚୁଡ଼ି । ୟୁନିଟ-୩ ରେ ଥିବା ଡିଏସପିଙ୍କ ଘରୁ ହୋଇଛି ଲୁଟ । ଦୁଇଜଣ ଦୁର୍ବୁତ୍ତ ବାଇକରେ ଆସି ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି ।

ସୂଚନାନୁସାରେ, ସକାଳ ୬.୪୫ରେ ଭିଜିଲାନ୍ସ ଡିଏସପି ତନୁଜା ମହାନ୍ତି ଝାଡୁ କରୁଥିବା ସମୟରେ ଫିଲ୍ମ ଷ୍ଟାଇଲରେ ଘର ଗେଟ ଆଗରେ ଆସି ଠିଆ ହୋଇଥିଲେ ଦୁଇ ଜଣ ଦୁର୍ବୃତ୍ତ । ଏହାପରେ ଆପଣଙ୍କ ଫୋନ ଆସିଛି କହି ନିଅନ୍ତୁ, ଫୋନରେ କଥା ହୁଆନ୍ତୁ କହି ଫୋନ ଦେବାକୁ ଗ୍ରୀଲ ଖୋଲି ଭିତରକୁ ଆସିଲେ । ତାପରେ ବନ୍ଧୁକ ଦେଖାଇ ଲୁଟିଲେ ଲୁଟି ନେଇଥିଲେ । ଘଟଣା ସ୍ଥଳରେ ସ୍ପେସିଆଲ ସ୍କ୍ୱାଡ଼ର ତଦନ୍ତକାରୀ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।