ମୁଖା ପିନ୍ଧା ଲୁଟେରା ବିଚ ରାସ୍ତାରେ ଗୁଳି ଫୁଟାଇ ଲୁଟିନେଲେ ୧୯ ଲକ୍ଷ

ବଲାଙ୍ଗୀର  : ବଲାଙ୍ଗୀରେ ଏକ ବଡ ଧରଣର ଲୁଟ ହୋଇଛି । ବ୍ୟାଙ୍କ କର୍ମଚାରୀ ଟଙ୍କା ନେଇ ଯାଉଥିବାବେଲେ ଲୁଟେରା ମୁଖାପିନ୍ଧି ବନ୍ଧୁକ ଦେଖାଇ ଲୁଟି ନେଇଛନ୍ତି ୧୯ ଲକ୍ଷ । ତୁଷୁରା ଆନ୍ଧ୍ର ବ୍ୟାଙ୍କରୁ ବନ୍ଧପଡା ବ୍ୟାଙ୍କୁ ଏକ ଭ୍ୟାନରେ ଟଙ୍କା ନେଇ ଯାଉଥିଲେ ବ୍ୟାଙ୍କ କର୍ମଚାରୀ । ଦେଓଗାଁ ନିକଟ ବଳଙ୍ଗା ଛକ ନିକଟେ ବାଇକରେ ଆସିଥିବା ତିନି ଜଣ ଲୁଟେରା ବନ୍ଧୁକ ଦେଖାଇ ଗୁଳି ପୁଟାଇ କର୍ମଚାରୀଙ୍କୁ ମାଡ ମାରି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଟଙ୍କାନେଇ ଯାଉଥିଲେ କ୍ୟାସିୟର ଓ ପିଅନ । ଲୁଟେରା ମାହ୍କ ମାଡରେ  ଭ୍ୟାନର ଡ୍ରାଇଭର ଗୁରୁତର ହୋଇଛନ୍ତି ।