ଅଗଷ୍ଟ ୨୨ ଯାଏ ବଢ଼ିଲା ନିରବ ମୋଦିଙ୍କ ହାଜତ ମିଆଦ

ଲଣ୍ଡନ: ପଳାତକ ଘୋଷିତ ଋଣ ଖିଲାଫକାରୀ ନିରବ ମୋଦିଙ୍କ ହାଜତ ମିଆଦକୁ ଲଣ୍ଡନର ଏକ କୋର୍ଟ ଅଗଷ୍ଟ ୨୨ ଯାଏ ବୃଦ୍ଧି କରିଛନ୍ତି। ଆଜି ଲଣ୍ଡନ କୋର୍ଟରେ ନିରବ ମୋଦିଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା। ତାଙ୍କ ଜାମିନ୍‌ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରି ୨୨ ଅଗଷ୍ଟ ଯାଏ ଜେଲରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହୀରା ବ୍ୟବସାୟୀ ନିରବ ମୋଦି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ପ୍ରାୟ ୧୪ ହଜାର କୋଟି ଟଙ୍କାର ଋଣ ନେଇ ଫେରାର ହୋଇଯାଇଥିଲେ। ଚଳିତ ବର୍ଷ ମାର୍ଚ୍ଚ ମାସରେ ଲଣ୍ଡନ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଏବେ ସେ ୱାଣ୍ଡସ୍‌ୱର୍ଥ ଜେଲରେ ବିଚାରାଧୀନ ବନ୍ଦୀ ଭାବେ ଜୀବନ କାଟୁଛନ୍ତି।