ସର୍ବସାଧାରଣଙ୍କ ନିମନ୍ତେ ଲୋକସେବା ଭବନ ଉଦ୍ୟାନ ଜାନୁଆରୀ ୧୧, ୧୨, ୧୯, ୨୫ ଓ ୨୬ ତାରିଖ ଖୋଲା ରହିବ

ଭୁବନେଶ୍ୱର: ଶୀତଦିନିଆ ବିଭିନ୍ନ କିସମର ଫୁଲର ସମ୍ଭାରରେ ଲୋକସେବା ଭବନର ଉଦ୍ୟାନ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି । ତେଣୁ ଉଦ୍ୟାନର ଏହି ଶୋଭା ଯେପରି ସାଧାରଣ ଲୋକ ଉପଭୋଗ କରିପାରିବେ, ସେଥିପାଇଁ ଜାନୁଆରୀ ୧୧(୨ୟ ଶନିବାର), ଜାନୁଆରୀ ୧୨(ରବିବାର. ଜାନୁଆରୀ ୧୯(ରବିବାର), ଜାନୁଆରୀ ୨୫(ଚତୁର୍ଥ ଶନିବାର) ଏବଂ ୨୬(ରବିବାର ତଥା ସାଧାରଣତନ୍ତ୍ର ଦିବସ) ଦିନ ଅପରାହ୍ନ ୩ଟାରୁ ୫.୩୦ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣ ଉପଭୋକ୍ତା ତାରିଖ ଦିନ ନିର୍ଦ୍ଧାରିତ ସମୟରେ ଲୋକସେବା ଭବନରେ ଏକ ନମ୍ବର ଗେଟ୍ ମଧ୍ୟ ଦେଇ ପ୍ରବେଶ କରିପାରିବେ ।