କଟକ: ଆଜି ସକାଳେ ମୁମ୍ବାଇ-ଭୁବନେଶ୍ୱର ଏଲଟିଟି ଏକ୍ସପ୍ରେସ୍ ଟ୍ରେନ୍ ଲାଇନଚ୍ୟୁତ ହୋଇ ଦୁର୍ଘଟଣା ଫଳରେ ୪୦ଜଣ ଆହତ ହୋଇଥିବାବେଳେ ୫ଜଣ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ଏହାବ୍ୟତୀତ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇଛି ।
ଚିକିତ୍ସା ନେଇ କଟକ ବଡ଼ମେଡ଼ିକାଲରେ ଜରୁରୀକାଳୀନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା କରିବା ପାଇଁ ସ୍ଵତନ୍ତ୍ର ଟିମ୍ ଗଠନ ହୋଇଛି। ଅସ୍ଥିଶଲ୍ୟ, ନ୍ୟୁରୋ ସର୍ଜରୀ ସହ ବିଭିନ୍ନ ବିଭାଗକୁ ନେଇ ଟିମ୍ ଗଠନ ହୋଇଛି।
Pained to learn about the accident of Mumbai-Bhubaneswar LTT Express in Cuttack. Relieved that no lives have been lost in the mishap. Rescue operations are underway and all efforts are being made to ensure the safety of passengers. Pray for the early recovery of those injured.
— Dharmendra Pradhan (@dpradhanbjp) January 16, 2020
ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଦୁର୍ଘଟଣାରେ କାହାର ଜୀବନହାନି ହୋଇନାହିଁ ଏହା ଆଶ୍ଵସ୍ତୀର ବିଷୟ। ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଯାତ୍ରୀମାନଙ୍କ ସମସ୍ତ ସୁବିଧା ସୁଯୋଗ ପାଇଁ ଯଥା ସମ୍ଭବ ଚେଷ୍ଟା ଚାଲିଛି। ଏଥିସହ ପ୍ରଧାନ ଆହତଙ୍କ ଆରୋଗ୍ୟଲାଭ କାମନା କରିଛନ୍ତି।