କୋରୋନା ସତର୍କତା: ଲୋକସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ

ନୂଆଦିଲ୍ଲୀ: ଲୋକସଭାରେ ଅର୍ଥ ବିଲ୍‌-୨୦୨୦ ପାରିତ ପରେ ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ । ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି ଓମ୍ ବିର୍ଲା ।

ତେବେ ଆଜି ଗୃହରେ ଅର୍ଥ ବିଲ୍ ପାରିତ ହେବା ପରେ କୋରୋନା ସମୟରେ ନିଜ କର୍ତ୍ତବ୍ୟ ପାଳନ କରୁଥିବା କର୍ମଜୀବୀଙ୍କ ଉଦ୍ଦେଶ୍ୟରେ ତାଳି ମାରି ସମସ୍ତ ସାଂସଦ ନିଜର କୃତଜ୍ଞତା ଜ୍ଞାପନ କରିଥିଲେ । ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ ।କୋରୋନା ସତର୍କତା ପାଇଁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିବା ସୂଚନା ମିଳିଛି ।