ଓଡିଶା ଠାରୁ ୫୦୦କିମି ଦୂରରେ ପଙ୍ଗପାଳ

ସମସ୍ତ ଜିଲ୍ଲାପାଳ ଓ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶାଠାରୁ ମାତ୍ର ୫୦୦କିମି ଦୂରରେ ଅଛନ୍ତି ପଙ୍ଗପାଳ । ଏବେ ପଙ୍ଗପାଳ ମଧ୍ୟପ୍ରଦେଶ ଓ ଛତିଶଗଡ ସୀମାନ୍ତ ଜଙ୍ଗଲରେ ଥିବା ସୂଚନା ମିଳିଛି । ଓଡ଼ିଶା ଆସିବାର ଆଶଙ୍କା ଥିବାରୁ ପ୍ରତିଦିନ ସ୍ଥିତିକୁ ଅନୁଧ୍ୟାନ କରାଯାଉଛି । ସମସ୍ତ ଜିଲ୍ଲାପାଳ ଓ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି କୃଷି ନିର୍ଦ୍ଦେଶକ ଏମ.ମୁଥୁକୁମାର। ଏଥିସହ ସମ୍ଭାବ୍ୟ ପଙ୍ଗପାଳ ମୁକାବିଲା ପାଇଁ ଆରମ୍ଭ ହୋଇଚି ମକ୍ ଡ୍ରିଲ । ଭୁବନେଶ୍ୱରସ୍ଥିତ କଳ୍ପନାଛକସ୍ଥିତ ଅଗ୍ନିଶମ କେନ୍ଦ୍ରରେ ଚାଲିଛି ଏହି ମକ୍ ଡ୍ରିଲ ।

ସେପଟେ ପଙ୍ଗପାଳ ଆକ୍ରମଣର ଅନୁଭୂତି କଥା ବର୍ଣ୍ଣନା କରିଛନ୍ତି ସମ୍ବଲପୁର ବତେମୁଣ୍ଡାର ଜଣେ ୭୬ ବର୍ଷିୟ ଚାଷୀ ।  ୬୦ ବର୍ଷ ତଳେ ପଙ୍ଗପାଳ ସମ୍ବଲପୁର ଆସି ବ୍ୟାପକ କ୍ଷୟକ୍ଷତି କରିଥିଲେ ଓ ଚରିଯାଇଥିଲେ ଫସଲ ।  ସେତେବେଳେ ପଙ୍ଗପାଳ ଧୂସର ରଙ୍ଗର ଓ ଆକାଶୀ ରଙ୍ଗର ହୋଇଥିବାବେଳେ  ଉଡି ଉଡି ଆସୁଥିଲେ ଓ ଯେଉଁଠି ବସିଲେ  ଫସଲ ଖାଇ ଯାଉଥିଲେ ବୋଲି କହିଛନ୍ତି ସମ୍ବଲପୁରର କୃଷକ ।

ଅନ୍ୟପଟେ ପଙ୍ଗପାଳ ମୁକାବିଲା ପାଇଁ ପ୍ରସ୍ତୁତି ଜେରଦାର କରାଯାଇଛି ।  ସରକାରୀ ସ୍ତରରେ  ରାଜ୍ୟକୁ ୩ଟି ଜୋନରେ  ବିଭକ୍ତ କରାଯାଇଛି । ଓଡ଼ିଶା ଅଗ୍ନିଶମ ଆଇଜି ଅସିତ ପାଣିଗ୍ରାହୀ କହିଛନ୍ତି,  ପ୍ରତି ଜିଲ୍ଲା ସ୍ତରରେ ଏକ କମିଟି ଗଠନ ପାଇଁ ଯୋଜନା କରାଯାଇଛି ।  ବଡ ବଡ ଗଛରେ  ଏବିଶେଷ ଧରଣର ରସାୟନ ସ୍ପ୍ରେ କରାଯିବ ପାଇଁ  ଯୋଜନା କରିଛି ଅଗ୍ନିଶମ ବିଭାଗ ।  ପଙ୍ଗପାଳ  ହି ସ୍ପେ ସଂସ୍ପର୍ଶରେ ଆସିରେ ଗତିପଥ ବଦଳାଇବାକୁ ବାଧ୍ୟ ହେବ । ପ୍ରତି ବ୍ଲକରେ ଥିବା  ଅଗ୍ନିଶମ କେନ୍ଦ୍ରକୁ ହାଇଆଲର୍ଟରେ ରଖାଯାଇଛି ।