ମେ’ ୩୧ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବଢ଼ିଲା

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନର ତୃତୀୟ ପର୍ଯ୍ୟାୟ ଆଜି ଶେଷ ହେଉଛି । ତେବେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆସନ୍ତାକାଲି ଅର୍ଥାତ ମେ’ ୧୮ଠାରୁ ଆରମ୍ଭ ହେବ ।  ସରକାର ଲକଡାଉନ୍ ୪.୦କୁ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଲକଡାଉନ୍ ୪.୦ ପାଇଁ ନିର୍ଦ୍ଦେଶାବଳୀ ଜାରି କରିବେ। ସୂଚନା ଯୋଗ୍ୟ, ଦେଶରେ ମାର୍ଚ୍ଚ ୨୫ରୁ ଲକହାଉନ୍ ଆରମ୍ଭ ହୋଇଥିଲା। ଏହି କାରଣରୁ, ସାଧାରଣ ଜୀବନ ସହିତ ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପର ବନ୍ଦ ହୋଇଯାଇଥିଲା। ତେବେ ତୃତୀୟ ପର୍ଯ୍ୟାୟରେ କିଛି କୋହଳ କରାଯାଇଥିଲା । କିନ୍ତୁ ଚତୁର୍ଥ ପର୍ଯ୍ୟାୟରେ ଆହୁରି କିଛି କୋହଳ ମିଳିବ ବୋଲି ଆଶା କରାଯାଉଛି।