ଦେଶରେ ଲକ୍ ଡାଉନ୍ ଆଉ ୨ ସପ୍ତାହ ବଢ଼ିଲା

ନୂଆଦିଲ୍ଲୀ: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ କୁ ଆଉ ୨ ସପ୍ତାହ ବୃଦ୍ଧି କରାଇଛନ୍ତି କେନ୍ଦ୍ର ସରକାର । ଏ ନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ, ଲକ୍ ଡାଉନ୍ ବୃଦ୍ଧି କରାଯାଇ ମେ’ ୧୭ ଯାଏଁ କରାଯାଇଛି । ତେବେ ଏଥର ଗ୍ରୀନ ଜୋନ ଓ ଅରେଞ୍ଜ ଜୋନ ଗୁଡ଼ିକ ପାଇଁ କେତେକ ରିହାତି ଘୋଷଣା କରାଯାଇଛି । ତେବେ ରେଡ ଜୋନ ପାଇଁ ଅଧିକ କଟକଣା ରହିବ ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହମନ୍ତ୍ରୀ ଅମିତ ଶାହା, ରେଳମନ୍ତ୍ରୀ ପିୟୁଷ ଗୋଏଲ, ବିମାନଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରିଙ୍କୁ ଭେଟି ଆଲୋଚନା କରିଥିଲେ । ଗତକାଲି ଅର୍ଥାତ ଗୁରୁବାରଦିନ ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶର ଅର୍ଥନୈତିକ ସ୍ଥିତି ସୁଧାରିବା ସଂପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଯୋଗ ଦେଇଥିଲେ ।