ମୁମ୍ବାଇ: ଡ୍ୟାନ୍ସ ମାଧ୍ୟମରେ ଆଜିକାଲି ବଲିଉଡରେ ସମସ୍ତଙ୍କ ହୃଦୟକୁ ଜିତୁଥିବା ଅଭିନେତ୍ରୀ ନୋରା ଫତେହିଙ୍କୁ ସମସ୍ତେ ଜାଣନ୍ତି । ତାଙ୍କର ଡ୍ୟାନ୍ସ ବିଷୟରେ ଆଲୋଚନା କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଆଲୋଚନା ହେଉଛି ।
ଲକଡାଉନ କାରଣରୁ ବଲିଉଡ ସେଲିବ୍ରିଟିମାନେ ସେମାନଙ୍କର ଖାଲି ସମୟକୁ ଅତ୍ୟନ୍ତ ଉପଯୁକ୍ତ ରୂପେ ବ୍ୟବହାର କରୁଛନ୍ତି । ଏହି ସମୟରେ ନୋରା ତାଙ୍କ ଇନଷ୍ଟାଗ୍ରାମରେ ଏକ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ନୋରା ଏକ ଫ୍ୟୁଜନ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ।
ବର୍ତ୍ତମାନ ନୋରାଙ୍କ ଏହି ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ ହେବା ପରଠାରୁ ୨୭ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଛି । ଏହି ଭିଡିଓକୁ ଦର୍ଶକ ବହୁତ ପସନ୍ଦ ମଧ୍ୟ କରୁଛନ୍ତି ।
ନୋରା କହିଛନ୍ତି ଯେ, ସେ ବର୍ତମାନ ସେ ଏହି ଫ୍ୟୁଜନ ଡ୍ୟାନ୍ସ ଫର୍ମ ଶିଖିଛନ୍ତି । ନୋରା ଏହି ଭିଡିଓର କ୍ୟାପସନରେ ଲେଖିଛନ୍ତି ଯେ, @parrisgoebelଲାଇଭ ଡ୍ୟାନ୍ସ କ୍ଲାସ ରୁଟିନ # କ୍ୱାରେନଟାଇନ ଲନିଙ୍ଗ #ଡାନ୍ସହଲ ।