ରାଜଧାନୀରେ ଖୋଲିବ ଦୋକାନ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର‌ରେ ଖୋଲିବ ଦୋକାନ। କେଉଁ ଦୋକାନ ଖୋଲିବ, କେଉଁ ଦୋକାନ ଖୋଲିବନି ବିଏମ୍‌ସି ପକ୍ଷରୁ ତାଲିକା ପ୍ରସ୍ତୁତ ହୋଇଛି ।  ଅତ୍ୟାବଶ୍ୟକ ସାମଗ୍ରୀ ସହିତ ଆଉ କିଛି ଆବଶ୍ୟକ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି। ସେହିପରି ୨୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଘରୋଇ କାର୍ଯ୍ୟାଳୟ କାର୍ଯ୍ୟ କରିପାରିବ। ଗ୍ୟାରେଜ୍, ମରାମତି ଦୋକାନ, ଇଲେ‌େ‌କ୍ଟ୍ରାନିକ୍ସ ଓ ମୋଟର ଯାନ ଉପକରଣ ଦୋକାନ ବି ଖୋଲିବ। କାରିଗରଙ୍କ ଯିବା ଆସିବା ଉପରେ ପ୍ରତିବନ୍ଧକ ରହିବ ନାହିଁ। ତେବେ ଏସବୁ ଚାଲିବ ସରକାରୀ କଟକଣା ମଧ୍ୟରେ। କୌଣସି ବ୍ୟବସାୟ ସ୍ଥଳରେ ୫ ଜଣରୁ ଅଧିକ ଲୋକ ଉପସ୍ଥିତ ରହିପାରିବେ ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ବ୍ୟବସାୟ କେନ୍ଦ୍ର ସକାଳ ୮ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ।

କେଉଁ ସେବା ମିଳିବ: ଇଲେକ୍ଟ୍ରିସିଆନ୍, ଆଇଟି ଉପକରଣ ମରାମତି କରୁଥିବା ଲୋକ, ଗ୍ୟାରେଜ୍ ମେକାନିକ୍, ପାଣି ପାଇପ୍ ମରାତି, ବଢ଼େଇ ଆଦିଙ୍କ ଯିବା ଆସିବା ଉପରେ କଟକଣା ରହିବ ନାହିଁ। ଶ୍ରମିକ ଉପଲବ୍ଧ ଥିବା ସ୍ଥାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିବ। ଶ୍ରମିକଙ୍କୁ ନିର୍ମାଣ ସ୍ଥଳ ପର୍ଯ୍ୟନ୍ତ ପରିବହନ କରିବା ଉପରେ କଟକଣା ଜାରି କରାଯାଇଛି। ନିର୍ମାଣ ସାମଗ୍ରୀ କେବଳ ରାତି ସମୟରେ ପରିବହନ କରାଯାଇ ପାରିବ। ବିଭିନ୍ନ ପ୍ରକାର ଘରୋଇ କାର୍ଯ୍ୟାଳୟ ଓ ବ୍ୟବସାୟ ପ୍ରତିଷ୍ଠାନ ୨୫ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବେ। ସେହିପରି ବ୍ୟାଙ୍କ କାର୍ଯ୍ୟରେ ନିୟୋଜିତ ଆଇଟି ଭେଣ୍ଡର, ବ୍ୟାଙ୍କିଙ୍ଗ୍ କରେସ୍‌ପଣ୍ଡେଣ୍ଟ ଆଦି ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ପରିଚାଳିତ ହୋଇପାରିବ।

ଖୋଲା ହେବ : ପିଡିଏସ୍‌ ଦୋକାନ, ତେଜରାତି , ଫଳ, ପନିପରିବା , କ୍ଷୀର ବୁଥ୍‌ , ପଶୁ ପକ୍ଷୀଙ୍କ ଖାଦ୍ୟ , ସାର ଓ କୀଟନାଶକ , ଆବାସିକ କ‌େ‌ମ୍ପ୍ଲକ୍ସରେ ଥିବା ପଞ୍ଜିକୃତ ଦୋକାନ, ଲେକ୍ଟ୍ରିକାଲ ଓ ଇଲେ‌େ‌କ୍ଟ୍ରାନିକ୍ସ , ଫ୍ୟାନ୍, କୁଲର୍ ,ୱାଟର ପ୍ୟୁରିଫାୟର୍ , ଏୟାର କଣ୍ଡିସନ୍ , ମୋବାଇଲ୍‌ ଫୋନ୍ , କମ୍ପ୍ୟୁଟର ଓ ଉପକରଣ ଦୋକାନl ସମସ୍ତ ଗ୍ୟାରେଜ୍ ,  ବ୍ୟାଟେରି , ଟାୟାର ,  ମୋଟର ପାର୍ଟ୍ସ , ପାଠ୍ୟ ପୁସ୍ତକ , ପାର୍ସଲ ଦେଉଥିବା ରେସ୍ତୋରାଁlଇ-କମର୍ସ ହୋମ୍ ଡେଲିଭରୀ , ଅନ୍‌ଲାଇନ୍ ଖାଦ୍ୟ ଡେଲିଭରୀ , ରିଲାଏନ୍ସ ଫ୍ରେସ୍ , ଓମ୍‌ଫେଡ୍‌ , ଓପୋଲଫେଡ୍ , ଚିଲିକା ଫ୍ରେସ୍ , ସ୍ପେନସର୍ସlଇଣ୍ଟରନେଟ୍ ସେବା ,  ଟେଲି ଯୋଗାଯୋଗ , କେବୁଲ ଓ ଡିଟିଏଚ୍‌ , ଘରୋଇ ସିକ୍ୟୁରିଟି ସଂସ୍ଥା ଓ ସେବା ଯୋଗାଣlହୋଟେଲ , ହୋମ୍‌ଷ୍ଟେl ଲଜିଂ।

ବନ୍ଦ ରହିବ : ସମସ୍ତ ମାର୍କେଟ୍ କ‌େ‌ମ୍ପ୍ଲକ୍ସ , ମଲ୍ଟି ବ୍ରାଣ୍ଡ ଓ ସିଙ୍ଗିଲ୍ ବ୍ରାଣ୍ଡ ମଲ୍ ଜି , ମ୍‌ନାସିୟମ୍ , ଗେମ୍ ପାର୍ଲର ,  ସାଲୁନ୍ , ସ୍ପା , ବିଉଟି ପାର୍ଲର , ମସାଜ୍ ସେଣ୍ଟର, ଠେଲା ଗାଡ଼ି ,  ପାନl ଚାହା/କଫି ବୁଥ୍ , ଫାଷ୍ଟଫୁଡ୍‌ ,  ଟିଫିନ୍ , ଜୁସ୍ ଦୋକାନ।