ଏପ୍ରିଲ ୨୦ରେ କ’ଣ ଖୋଲା ରହିବ, କେଉଁଥିରେ କଟକଣା ଲାଗିବ ଜାଣନ୍ତୁ….

ଭୁବନେଶ୍ୱର: ଭାରତରେ କରୋନା ସ୍ଥିତି ଦିନକୁ ଦିନ ବଢ଼ିବାରେ ଲାଗିଛି । ମହାମାରୀ କରୋନା ଦେଶରେ ବ୍ୟାପୁଥିବା ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ମେ’ ୩ ଯାଏଁ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏହି ସମୟ ପାଇଁ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗର ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ବିସ୍ତୃତ ଗାଇଡଲାଇନ ଜାରି କରିଛି।

-ଟ୍ରେନ୍ ଯୋଗେ ଯାତ୍ରୀ ପରିବହନ ବନ୍ଦ୍ ରହିବ, କେବଳ ମାଲଗାଡି ଖୋଲା ରହିବ

-ସବୁ ସିନେମା ହଲ୍ , ସୁଇମିଂ ପୁଲ, ଜିମ୍, ସବୁ ଧାର୍ମିକ ପୀଠ  ବନ୍ଦ

-କଂଟେନମେଂଟ ଅଂଚଳ ଗୁଡିକରେ କଡ଼ାକଡ଼ି ପାଳନ ହେବ ନିୟମ

-ସମସ୍ତ ସାମାଜିକ ଓ ରାଜନୈତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ୍

-କରୋନା ହଟସ୍ପୋଟ ଅଂଚଳ ଗୁଡିକରେ ପ୍ରତିଷେଧକ ଗ୍ରହଣ ପାଇଁ ରାଜ୍ୟ ସରକାର ଦାୟିତ୍ୱ ନେବେ

-କଂଟେନମେଂଟ ଅଂଚଳ ଗୁଡିକରେ ଅତ୍ୟାଶ୍ୟକୀୟ ସାମଗ୍ରୀ ପହଂଚାଇ ଦିଆଯିବ

-ଶବ ସତ୍କାର ବେଳେ ୨୦ ଅଧିକ ଲୋକ ଏକାଠି ହେବେନାହି

-ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିବ

-ଧାର୍ମିକ ସ୍ଥାନକୁ ସର୍ବସାଧାରଣ ଦର୍ଶନ ବନ୍ଦ୍

-ଲକ୍ ଡାଉନ୍ ବେଳେ ଖୋଲା ରହିବ ଫଳ  ପରିବା ଓ ମେଡ଼ିସିନ୍ ଦୋକାନ

-ମାଛ, ମାଂସ, ରାସନ ଦୋକାନ ଖୋଲା ରହିବ

-ବ୍ୟାଙ୍କ୍, ଏଟିଏମ୍, ଖୋଲା ରହିବ

-ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ଖୋଲା ରହିବ

-ସମସ୍ତ ଆନ୍ତର୍ଜତୀୟ ଓ ଘରୋଇ ବିମାନ ଉଡାଣ ବନ୍ଦ୍

-ଇ-କମର୍ସ , ପେଟ୍ରୋଲ ପମ୍ପ, ଆଦି ଖୋଲା ରହିବ

-ସମସ୍ତ ଶିକ୍ଷାନୁଷ୍ଠାନ, ତାଲିମ୍ ଓ ପ୍ରଶିକ୍ଷଣ କେନ୍ଦ୍ର ବନ୍ଦ

-ଅନୁମିତି ମିଳିଥିବା ଭୋଜନାଳୟକୁ ଛାଡ଼ି ସମସ୍ତ ହୋଟେଲ୍ ଓ ରେସ୍ତରାଁଗୁଡ଼ିକ ବନ୍ଦ

-ରୋଗୀ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ପରିବହନକ ଛଡ଼ା କୌଣସି ସ୍ଥାନରେ ଅଟୋ ରିକ୍ସା କିମ୍ବା ଟାକ୍ସି ଗାଡ଼ି ଚାଲିବ ନାହିଁ