୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ମହାରାଷ୍ଟ୍ର ସରକାର ୨ ଲକ୍ଷ ଟଙ୍କା କୃଷି ଋଣ ଛାଡ କରିବା ପାଇଁ ଘୋଷଣା କରିଛନ୍ତି । ଏ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଧାନସଭାରେ ଘୋଷଣା କରିଛନ୍ତି ।

ଏ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ,ଏହି କୃଷିଋଣଛାଡ଼ ସ୍କିମର ନାମ ମହାତ୍ମା ଜ୍ୟୋତିରାଓ ଫୁଲେ ଋଣଛାଡ଼ ସ୍କିମ ରଖାଯାଇଛି । ଏହା ମାଧ୍ୟମରେ ସେପ୍ଟେମ୍ବର ୩୦ ସୁଦ୍ଧା ବକେୟା ଥିବା ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ଼ କରାଯିବ । ଏହି ରାଶି ସରକାର ବହନ କରିବେ ।

ତେବେ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ଼ନବୀସ କହିଛନ୍ତି ଯେ ଉଦ୍ଧବ ସରକାର କୃଷିଋଣ ସଂପର୍କରେ ନିଜର ପୂର୍ବ ପ୍ରତିଶ୍ରୁତି ପୂରଣ କରିନାହାନ୍ତି । ଏହା କହିବା ପରେ ସେ ଓ ଅନ୍ୟ ବିଜେପି ବିଧାୟକମାନେ କକ୍ଷତ୍ୟାଗ କରିଥିଲେ । ମହାରାଷ୍ଟ୍ରରେ ଶାସନ କରୁଥିବା ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ସରକାରର ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମରେ କୃଷିଋଣ ଛାଡ଼ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା ।