ପୁଣିଥରେ ମା’ ହେବେ ଲିଜା ହେଡନ୍

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ମଡେଲ ଲିଜା ହେଡନ୍ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି । ଯାହାକୁ ନେଇ ସେ ଖୁସି ମଧ୍ୟ ଅଛନ୍ତି । ନିଜର ଏହି ଖୁସିକୁ ଫ୍ୟାନଙ୍କ ସହ ସେୟାର କରିଛନ୍ତି । ଲିଜା ନିଜ ସୋସିଆଲ ସାଇଟରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଏକ ବିଚରେ ସେ ତାଙ୍କ ସ୍ୱାମୀ ଡିନା ଲାଲବାନୀ ଏବଂ ପୁଅ ଜ୍ୟାକ୍ ଲାଲବାନୀଙ୍କ ସହ ମସ୍ତି କରୁଥିବାର ଦେଖିବାକୁ ମିଳୁଛି । ଏହି ଫଟୋରେ ଲିଜାଙ୍କ ବେବି ବମ୍ପ ଦେଖିବାକୁ ମିଳିଛି । ତେବେ ଏହି ଫଟୋ ସେୟାର କରିବା ପରେ ବଲିଉଡ ସହ ଟଲିଉଡର ବଡ ବଡ କଳାକାରମାନେ ତାଙ୍କୁ ଶୁଭକାମନା ଦେବା ସହ ଖୁସି ଥିବା ଜାହିର କରିଛନ୍ତି । ସୂଚନାଯୋଗ୍ୟ, ଲିଜା ୨୦୧୬ ମସିହାରେ ଡିନାଙ୍କୁ ବିବାହ କରିଥିଲେ । ଏହାପରେ ୨୦୧୭ରେ ପୁଅ ଜ୍ୟାକ ଜନ୍ମ ହୋଇଥିଲେ ।