ରାଜ୍ୟର କୌଣସି ଅଂଚଳରେ ଖୋଲିବ ନାହିଁ ମଦ ଦୋକାନ

ଭୁବନେଶ୍ୱର: ରାଜ୍ୟର କୌଣସି ଅଂଚଳରେ ମଦ ଦୋକାନ ଖୋଲିବ ନାହିଁ । ଖୁବ ଶୀଘ୍ର ଅବକାରୀ ବିଭାଗର ଏନେଇ ନିର୍ଦ୍ଦେଶନାମା ଜାରି କରିବ ବୋଲି ସୂଚନା ମିଳିଛି । ବାହାର ରାଜ୍ୟରେ ମଦ ଦୋକାନ ଖୋଲିବା ସ୍ଥିତି ଉପରେ ନଜର ରଖିଛନ୍ତି ସରକାର। ଖୁବ ଶୀଘ୍ର ଅବକାରୀ ବିଭାଗର ନିର୍ଦ୍ଦେଶନାମା ଜାରି ହେବ । ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଦିନେ ଦୁଇ ଦିନ ଭିତରେ ଏହା ଉପରେ ନିଷ୍ପତି ନିଆଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।

କରୋନା ଭଳି ଏକ ମାରାତ୍ମକ ମହାମାରୀ ପାଇଁ ଲକଡାଉନ ଜାରି ରହିଛି । ଅବଶ୍ୟ ତୃତୀୟ ପର୍ଯ୍ୟାୟରେ ମଦ ଦୋକାନ ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । କିନ୍ତୁ ଏହି ଅନୁମତି ପାଇବା ମାତ୍ରେ ସାରା ଦେଶର ଚିତ୍ର ଦେଖିଲେ ସ୍ଥିତି ଅସମ୍ଭାଳ ମନେ ହେଉଛି । ତେବେ ଓଡ଼ିଶାର ଗ୍ରିନ୍ ଜୋନରେ ଅନେକ ସ୍ଥାନରେ ମଦ ଦୋକାନକୁ ଜିଲ୍ଲା ପ୍ରଶାସନ ବନ୍ଦ ରଖିଛି । ସୋମବାର ସକାଳୁ ପୁରୀରେ ମଦ ଦୋକାନ ଖୋଲିଥିଲା । କିନ୍ତୁ ପ୍ରଶାସନିକ ଅଧିକାରୀମାନେ ସେଠାରେ ପହଂଚି ଦୋକାନ ବନ୍ଦ କରାଇଥିଲେ।