ଏଥର ହୋଟେଲ ଓ ରେଷ୍ଟୁରାଣ୍ଟରେ ଲାଇସେନ୍ସଧାରୀ ଗ୍ରାହକଙ୍କୁ ପରଷାଯିବ ମଦ

ନୂଆଦିଲ୍ଲୀ: ଦିଲ୍ଲୀର ହୋଟେଲ ଓ ରେଷ୍ଟୁରାଣ୍ଟରେ ଲାଇସେନ୍ସଧାରୀ ଗ୍ରାହକଙ୍କୁ ମଦ ପରଷାଯିବ ବୋଲି ଏକ୍ସାଇଜ୍ ବିଭାଗ ଅନୁମତି ପ୍ରଦାନ କରିଛି । ଗୁରୁବାର ଏକ ସରକାରୀ ଘୋଷଣା ଅନୁଯାୟୀ, ରାଜସ୍ୱର ପ୍ରଭାବକୁ ଦୃଷ୍ଟିରେ ରଖି ଦିଲ୍ଲୀର ରେସ୍ତୋରାଁ ଏବଂ ହୋଟେଲରେ ଲାଇସେନ୍ସ ଦ୍ୱାରା ମଦ ସେବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଦିଲ୍ଲୀର ଅନଲକ୍ ନିର୍ଦ୍ଦେଶାବଳୀ ଅନୁଯାୟୀ ସରକାର ସାମାଜିକ ଦୂରତା ନିୟମ ଅନୁଯାୟୀ ରେଷ୍ଟୁରାଣ୍ଟ ଚଳାଇବାକୁ ସରକାର ଅନୁମତି ଦେଇଛନ୍ତି। ଅଗଷ୍ଟ ୧୯ ରେ ଅନୁଷ୍ଠିତ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବୈଠକରେ ହୋଟେଲ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି ।

ତେବେ ଗୃହ ମନ୍ତ୍ରଣାଳୟର ଅନଲକ୍ ଗାଇଡଲାଇନ ଅନୁଯାୟୀ ବାରଗୁଡିକ ବନ୍ଦ ରହିବ ବୋଲି ସେଥିରେ କୁହାଯାଇଛି। ଦିଲ୍ଲୀ ବର୍ତ୍ତମାନ ଅନ୍ୟ କେତେକ ରାଜ୍ୟର ଉଦାହରଣକୁ ଅନୁସରଣ କରୁଥିବାରୁ ମଦ ସେବନ କରିବାକୁ ଅନୁମତି ଦେଇଛି। ସୂଚନାଯୋଗ୍ୟ, ପୂର୍ବରୁ ଆସାମ, ପଞ୍ଜାବ ଏବଂ ରାଜସ୍ଥାନ ସମେତ ଅନେକ ରାଜ୍ୟ ସରକାର ରେଷ୍ଟୁରାଣ୍ଟ ଏବଂ ହୋଟେଲରେ ଲାଇସେନ୍ସଧାରୀଙ୍କ ଦ୍ୱାରା ମଦ ସେବାକୁ ଅନୁମତି ଦେଇଛନ୍ତି।