ଆଜିଠୁ କାଉଣ୍ଟରରେ ମିଳିବ ମଦ

ଭୁବନେଶ୍ୱର : ଆଜିଠୁ ଅନଲାଇନ ସହ ଅଫଲାଇନରେ ବି ମିଳିବ ମଦ । ସକାଳ ୭ରୁ ସନ୍ଧ୍ୟା ୬ ଯାଏଁ ମଦ ବିକ୍ରି ପାଇଁ ଅନୁମତି ମିଳିଛି । ଏଥିପାଇଁ ଅବକାରୀ ବିଭାଗ ପକ୍ଷରୁ ଅନୁମତି ମିଳିଛି । ସେହିପରି ମଦ ଦୋକାନୀଙ୍କ ଲାଇସେନ୍ସ ଫି କୁ ମଧ୍ୟ ଛାଡ କରାଯାଇଛି । ବିଦେଶୀ ଦୋକାନୀଙ୍କ ପାଇଁ ଦୁଇ ମାସ ଲାଇସେନ୍ସ ଫି ଛାଡ କରାଯାଇଥିବା ବେଳେ ଦେଶୀ ଦୋକାନୀଙ୍କ ପାଇଁ ତିନି ମାସ ଲାଇସେନ୍ସ ଫି ଛାଡ କରାଯାଇଛି ।

ସୂଚନାଯୋଗ୍ୟ ଯେ ପୂର୍ବରୁ କେବଳ ଅନଲାଇନରେ ବିକ୍ରି ହେଉଥିଲା ମଦ । ତେବେ ଆଜିଠାରୁ କାଉଣ୍ଟରରେ ମଦ ମିଳିବ । ସନ୍ଧ୍ୟାକାଳୀନ ଭିଡକୁ ଏଡାଇବା ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୬ ଯାଏଁ ମଦ ବିକ୍ରି ହେବ। ତେବେ କୋଭିଡ଼ ଗାଇଡଲାଇନ କଟକଣା ମାନିବାକୁ ପଡିବ । ଏଥିପ୍ରତି ଦୋକାନୀଙ୍କୁ ନଜର ଦେବାକୁ ପଡିବ । ନହେଲେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମଦ ଦୋକାନ ବନ୍ଦ କରିଦେଇପାରିବେ ।