ଲିଙ୍ଗରାଜ ମନ୍ଦିର ଚାରିପାଖ ଜବରଦଖଲ ଉଚ୍ଛେଦ ଘଟଣା: ଅସନ୍ତୋଷ ବୃଦ୍ଧି ପାଇବାରୁ ବନ୍ଦ ହେଲା କାର୍ଯ୍ୟ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଚାରିପାଖ ଜବରଦଖଲ ଉଚ୍ଛେଦ ଆରମ୍ଭରୁ ଦେଖାଦେଇଛି ଅସନ୍ତୋଷ । ତେବେ ଏହି ଅସନ୍ତୋଷ ବୃଦ୍ଧି ପାଇବାରୁ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ବନ୍ଦ କରାଯାଇଥିବା ଜଣାପଡିଛି । ତେବେ ଏହାକୁ ନେଇ ଗତକାଲି ଭୁବନେଶ୍ୱର ମହାନଗର ନିଗମ କମିସନରଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯିବ । ଏହି ବୈଠକରେ ବ୍ୟବସାୟୀଙ୍କ ସମସ୍ୟାର ସମାଧାନ କରାଯିବା ପରେ ଏହି କାର୍ଯ୍ୟ ଆରମ୍ଭ ହେବାର ଯୋଜନା ରହିଛି ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଆଗେ ଥଇଥାନ ପରେ ଉଚ୍ଛେଦ ଦାବି କରି ଉଚ୍ଛେଦ ବନ୍ଦ ରଖିବାକୁ ଦୋକାନ ହରାଇଥିବା ବ୍ୟବସାୟୀମାନେ ଦାବି କରିଛନ୍ତି । ଏଥିପାଇଁ ପ୍ରଶାସନ ଆଲୋଚନା କରୁ ବୋଲି ଦାବି ବି ହୋଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ଆଜି ବି ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।ଦୋକାନୀମାନଙ୍କୁ ଥଇଥାନ ନ କରି ଉଚ୍ଛେଦ କରାଯାଉଥିବାରୁ ଏହାକୁ ସେମାନେ ବିରୋଧ କରୁଛନ୍ତି । ଏହାକୁ କେତେକ ରାଜନେତା ସମର୍ଥନ କରିଛନ୍ତି ।