ଆଜିଠୁ ଲିଙ୍ଗରାଜ ମନ୍ଦିରର ଚାରିପାଖ ଉଚ୍ଛେଦ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର: ପୁରୀ ପରେ ଏବେ ଭୁବନେଶ୍ୱର ପାଳି । ଗୋଟିଏ ପଟେ ଶ୍ରୀମନ୍ଦିରର ଚାରିପାଖ ଉଚ୍ଛେଦ କାର୍ଯ୍ୟ ଚାଲିଥିବାବେଳେ ଆଜିଠାରୁ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ଚତୁଃପାଶ୍ୱର୍ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ ।

ଲିଙ୍ଗରାଜ ଚାରିପାଖରେ ଥିବା ଜବରଦଖଲ ପାଇଁ ଏହି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରୁ ଭଜନ ମଣ୍ଡପ ଯାଏଁ ଏବଂ ସିଂହଦ୍ୱାରରୁ ସବଷ୍ଟେସନ ଯାଏଁ ଥିବା ଉଠା ଦୋକାନ ହଟାଯିବ ବୋଲି ଜଣାପଡ଼ିଛି । ତେବେ ଏହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଉଚ୍ଛେଦ କରିବା ଆଗରୁ ଥଇଥାନ କରିବାକୁ ଦାବୀ ଉଠିଛି । ମାର୍କେଟ କପ୍ଲେକ୍ସ ଭଙ୍ଗାକୁ ମଧ୍ୟ ବ୍ୟବସାୟୀମାନେ ବିରୋଧ କରିଛନ୍ତି । ଲିଙ୍ଗରାଜ ମନ୍ଦିର ପରିସରରୁ ଜବରଦଖଲ ଉଚ୍ଛେଦ କରି ଏହାର ଉନ୍ନତିକରଣ କରାଯିବ । ଏଥିରେ ଐତିହ୍ୟ ଓ ପରମ୍ପରାର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ । ତେଣୁ ଲିଙ୍ଗରାଜ ମନ୍ଦିର ପରିସର ପାଇଁ ସମ୍ପୂର୍ଣ୍ଣ ମଧ୍ୟ ଡିଜାଇନ ପ୍ରସ୍ତୁତ ହେଉଛି ।

ମୁଖ୍ୟମନ୍ତ୍ରୀ ଖୁବ୍‌ଶୀଘ୍ର ଲିଙ୍ଗରାଜ ମନ୍ଦିର ଉନ୍ନତିକରଣ ଓ ସ୍ୱତନ୍ତ୍ର ଆଇନ ନେଇ ପ୍ୟାକେଜ ଘୋଷଣା କରିବେ । ଏହି ପ୍ୟାକେଜରେ ସେବାୟତଙ୍କ ସ୍ୱାର୍ଥ ସହ ରୀତିନୀତି ପ୍ରତି ଗୁରୁତ୍ୱ ଦିଆଯିବ ।