୧୭ ଜିଲ୍ଲାକୁ ସତର୍କତା, ଅପରାହ୍ନ ୪ଟା ୩୦ ଯାଏ ବର୍ଷା ଓ ଘଡଘଡିକୁ ରୁହନ୍ତୁ ସତର୍କ

ଭୁବନେଶ୍ବର : ବର୍ଷା ଓ ଘଡ ଘଡି ଲାଗି ୧୭ ଜିଲ୍ଲା ବାସୀଙ୍କୁ ସତର୍କ  କରିଛି ପାଣି ପାଗ ବିଭାଗ । ଅପରାହ୍ନ ୪ଟା ୩୦ ଯାଏ ବଜ୍ରପାତ ଓ ବର୍ଷାକୁ ସତର୍କ ରହିବାକୁ କହିଛି ପାଣିପାଗ ବିଭାଗ । ଭଦ୍ରକ,ବାଲେଶ୍ବର,ଯାଜପୁର,କେନ୍ଦ୍ରାପଡା,କଟକ,ଜଗତସିଂହପୁର,ଖୋର୍ଦ୍ଧା,ପୁରୀ,ନୟାଗଡ,ଗଞ୍ଜାମ, ଗଜପତି,  କେନ୍ଦୁଝର,ମୟୁରଭଞ୍ଜ,ସମ୍ବଲପୁର,ସୁନ୍ଦରଗଡ ଓ କୋରାପୁଟ  ଓ ମାଲକାନାଗିରୀ ଜିଲ୍ଲାରେ ୪ଟା ୩୦ ଯାଏ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହି ଜିଲ୍ଲାର ଲୋକେ , ସତର୍କ ରହିବାକୁ ପରାମର୍ଶ୍ୟ ଦେଇଛି ପାଣି ପାଗ ବିଭାଗ ।