ବଜ୍ରପାତରେ ୧୫ମୃତ,୬ ଆହାତ

ଭୁବନେଶ୍ୱର: ବଜ୍ରପାତରେ ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁ ବଢୁଥିବା ଦେଖାଦେଇଛି । ଆଜି ବାଲେଶ୍ୱରରେ ୭ଜଣଙ୍କର ମୃତ୍ୟୁ ଘଟିଛି । ମୟୁରଭଞ୍ଜରେ ୪ ଜଣ ଓ ଖୋର୍ଦ୍ଦାରେ ଜଣଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର ବସ୍ତା ବ୍ଲକର ବରୁଣାରେ ୨ଜଣ,ସୋରରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଜଳେଶ୍ୱର ଶିଖରପୁରରେ ୧,ରାଇବଣିଆରେ ୧ଜଣେ ବାଲେଶ୍ୱର ସଦରରେ ୧,ବେତନଟିରେ ୧,ଉଦଳାର ଖୁଣ୍ଟାର ଚୁନଡିହାରେ ୧,ବଇସିଂଘା ଥାନା ବଡଶଆଳାଗାଁରେ୧ ମହିଳାଙ୍କ ମୃତ୍ୟୁ ହୋଇଛି ଖୋର୍ଦ୍ଧା, କେନ୍ଦ୍ରାପଡା, ସୁବର୍ଣ୍ଣପୁର ଓ ନୂଆପଡା ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।  ବାଲେଶ୍ୱରର ବସ୍ତା ବ୍ଲକ ଅନ୍ତର୍ଗତ ବରୁଣଗଡିଆ ପଞ୍ଚାୟତରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ବିଲରେ କାମ କରୁଥିବା ବେଳେ ଉଭୟେ ବଜ୍ରାଘାତର ଶିକାର ହୋଇଥିଲେ । ସେହିପରି ଭାବେ ସହରର ସଦର ଥାନା ଅନ୍ତର୍ଗତ ମହେଶ୍ୱରପୁର ଗାଁରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୋର ଶିଙ୍ଗାଖୁଣ୍ଟାରେ ଜଣଙ୍କର ମୃତ୍ୟୁ ହୋଇଛି । ଜଳେଶ୍ୱର ବ୍ଲକ ଶିଖରପୁର ମହୁଲିଆ ଓ ରାଇବଣିଆ ଗାଁରେ ୨ ଜଣଙ୍କ ଜୀବନ ନେଇଛି କାଳ ବଜ୍ରପାତ ।  ବାଲିଆପାଳ ନାରାୟଣପୁର ଗାଁରେ ଜଣେ ଯୁବକଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ମୟୁରଭଞ୍ଜ ବୈଶିଙ୍ଗା ବ୍ଲକ ଅନ୍ତର୍ଗତ ବଡଶାଳ ଓ ବେତନଟି ମହେଶ୍ୱରପୁର ଗ୍ରାମରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଉଦଳା ଚୁନାଡିହା ଗାଁରେ ଓ ଜିଲ୍ଲାର ଶୋନାହଜାର ଗାଁରେ ୨ ଜଣ ବଜ୍ରପାତରେ ପ୍ରାଣ ହରାଇଛନ୍ତି ।