ଭାଙ୍ଗୁଛି କି ପତି- ପତ୍ନୀର ସଂପର୍କ ? ଜାଣନ୍ତୁ କଣ କଲେ ଭଲରେ ଚାଲିବ ସଂସାର

ପତି- ପତ୍ନୀଙ୍କୁ ନେଇ ସଂସାର ଆଗକୁ ବଢେ । ଉଭୟଙ୍କ ଭିତରେ ସଂପର୍କ ଭଲ ରହିଲେ ହସ ଖୁସିରେ ଦିନ କଟିଯାଏ । ହେଲେ ବେଳେ ବେଲେ କିଛି କଥାକୁ ନେଇ ସ୍ୱାମୀ- ସ୍ତ୍ରୀଙ୍କ ଭିତରେ ସଂପର୍କରେ ଫାଟ ସୃଷ୍ଟି ହୁଏ । ଭୁଲ ବୁଝାମଣା ହେଉ ବା ଆଉ କିଛି । ବେଲେ ଛୋଟ ଛୋଟ କଥାକୁ ନେଇ ବି ତିକ୍ତତା ଦେଖା ଦିଏ । ସ୍ୱାମୀ- ସ୍ତ୍ରୀର ସଂପର୍କରେ ଫାଟ ଆସେ ।ଦୂରେଇ ଯାନ୍ତି ପତି – ପତ୍ନୀ । ତେଣୁ ଆସନ୍ତୁ ଜାଣିବା କାହିଁକି ସଂପର୍କେର ଆସେ ଫାଟ ଓ କେମିତି ଏହାକୁ ରଖିହେବ ମଜଭୁତ ।

କେମିତି ଜାଣିବେ
– ଜଣେ ମହିଳା ତାଙ୍କ ପତିଙ୍କ ସହ ଭାବାତ୍ମକ ଭାବେ ବହୁତ ଅଧିକ ଯୋଡ଼ି ହୋଇରହିଥାନ୍ତି। ଯଦି ପତ୍ନୀ ଆଗ ଭଳି ବ୍ୟବହାର କରୁନାହାନ୍ତି, ତେବେ ଧରିନିଅନ୍ତୁ ତାଙ୍କୁ ଅନ୍ୟ କିଛି ଚିନ୍ତା ବିଚଳିତ କରୁଛି।
– କୁହାଯାଏ, ମହିଳାଙ୍କ ପେଟରେ କିଛି ରହେ ନାହିଁ। ଅର୍ଥାତ ସେ ଯାହା ଶୁଣିଥାନ୍ତି ସବୁ ଗପି ଦେଇଥାନ୍ତି। ଯଦି ଆପଣଙ୍କ ପତ୍ନୀ ଆପଣଙ୍କୁ କିଛି ଲୁଚାଉଛନ୍ତି ଓ ବୁଲାଇ ବଙ୍କାଇ କଥା ହେଉଛନ୍ତି, ତେବେ ଏହା ବି କୌଣସି ଅବୁଝାମଣାର ମଞ୍ଜି ହୋଇପାରେ। ଯଦି ସେ କିଛି ନା କିଛି ବାହାନା କରି ଆପଣଙ୍କଠାରୁ ଦୂରେଇ ରହିବାକୁ ଚେଷ୍ଟା କରୁଛନ୍ତି, ଜାଣନ୍ତୁ ଏହା ପଛରେ କିଛି ଗଡ଼ବଡ଼ ଥାଇପାରେ।

– ମହିଳାମାନେ ସବୁବେଳେ ଚାହିଁଥାନ୍ତି, ସେମାନଙ୍କ ପତି ତାଙ୍କ ସହ ଅଧିକ ସମୟ ବିତାନ୍ତୁ। ଯଦି ଆପଣଙ୍କ ପତ୍ନୀ ଏକୁଟିଆ ରହିବାକୁ ଚେଷ୍ଟା କରୁଛନ୍ତି, ତାଙ୍କ ମନରେ କିଛି ଥିବା ଜାଣିନିଅନ୍ତୁ।
– ଆପଣଙ୍କ କଥାକୁ ଯଦି ପତ୍ନୀ ଗୁରୁତ୍ୱ ଦେଉନାହାନ୍ତି ଓ ଛୋଟ ଛୋଟ କଥାରେ ଝଗଡ଼ା କରୁଛନ୍ତି, ତେବେ ସେ କୌଣସି କଥାକୁ ନେଇ ଆପଣଙ୍କ ପାଖରୁ ଦୂରତା ରଖିବାକୁ ଚାହୁଁଛନ୍ତି ବୋଲି ଧରିନିଅନ୍ତୁ।
– ଯଦି ରାତିରେ ପତ୍ନୀ ଫୋନ୍‌ରେ କାହା ସହ ଦୀର୍ଘ ସମୟ ଧରି କଥା ହେଉଛନ୍ତି ଓ ପଚାରିଲେ ଫ୍ୟାମିଳି ମେମ୍ବର କି ସାଙ୍ଗ ସହ କଥା ହେଉଛି ବୋଲି କହୁଛନ୍ତି ତେବେ କିଛି ସମସ୍ୟା ଥିବା ଜାଣିନିଅନ୍ତୁ।

ସମସ୍ୟାର ସମାଧାନ

ଏପରି ସମସ୍ୟା ଦେଇ ଗତି କରୁଥିଲେ ଏହାକୁ ଗୁରୁତ୍ଵର ସହ ନିଅନ୍ତୁ। ପତ୍ନୀଙ୍କ ସହ ଝଗଡ଼ା ନକରି ସମସ୍ୟାର ସମାଧାନ କିପରି ହୋଇପାରିବ ତାହାର ଉପାୟ ବାହାର କରନ୍ତୁ। ତାଙ୍କ ମନରେ କ’ଣ ଚାଲିଛି ଜାଣିବାକୁ ଚେଷ୍ଟା କରନ୍ତୁ ଓ ସେ ଖୁସି ହେବା ପରି କାମ କରନ୍ତୁ।

ଆସନ୍ତୁ ଜାଣିବା ଏପରି ସ୍ଥିତିରେ କ’ଣ କରିବା ଉଚିତ୍‌।

ଯଦି ଆପଣ ଭାବୁଛନ୍ତି ପତ୍ନୀ ଆପଣଙ୍କଠାରୁ ଦୂରେଇ ଯାଉଛନ୍ତି ଓ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଘଟୁଛି ତେବେ ଶୀଘ୍ର ଏନେଇ ତାଙ୍କ ସହ କଥା ହୁଅନ୍ତୁ। ଦୀର୍ଘଦିନ ଏପରି ସ୍ଥିତି ଲାଗି ରହିଲେ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ।
ସାମଧାନ କରନ୍ତୁ – ପୁରୁଷଙ୍କର ସବୁଠାରୁ ଖରାପ ଗୁଣ ହେଲା, ପୂରା କଥା ନଶୁଣି ନିର୍ଣ୍ଣୟ ନେଇଯିବା। ଏପରି ସମସ୍ୟା ଦେଇ ଗତି କରୁଥିବାର ମାନେ ନୁହେଁ ସମ୍ପର୍କ ଭାଙ୍ଗି ଦେବେ। ସମ୍ପର୍କରେ ପୁଣି ମଧୁରାତା ଆଣିବାକୁ ଚେଷ୍ଟା କରନ୍ତୁ ଓ ସମସ୍ୟାର ସମାଧାନ ପାଇଁ ବାଟ ବାହାର କରନ୍ତୁ।

ରାଗନ୍ତୁ ନାହିଁକ୍ରୋଧ ମଣିଷର ସବୁଠାରୁ ବଡ଼ ଶତ୍ରୁ। ଏପରି ସ୍ଥିତିରେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ରାଗରେ ନିୟନ୍ତ୍ରଣ ହରାଇଲେ ହେବା କାମ ବି ବିଗିଡ଼ି ଯିବ। ତେଣୁ ନିଜ ରାଗକୁ ଦବାଇ ସମସ୍ୟାର ସମାଧାନ କରନ୍ତୁ।

କାରଣ ଖୋଜନ୍ତୁସବୁ ମହିଳା ଚାହାନ୍ତି ସେମାନଙ୍କ ପତି ସେମାନଙ୍କର ବିଶେଷ ଯତ୍ନ ନିଅନ୍ତୁ। ସେମାନଙ୍କ ଭଲମନ୍ଦ ଜାଣନ୍ତୁ। ଯଦି ପତ୍ନୀଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖୁଛନ୍ତି ତେବେ ଏହାର କାରଣ ଖୋଜନ୍ତୁ। କେଉଁଠି ଆପଣଙ୍କର ଭୁଲ ରହୁଛି। ଆପଣଙ୍କ ଭୁଲ ଅଛି କି ଆପଣଙ୍କ ପତ୍ନୀଙ୍କ ମନରେ ଏପରି ଭୁଲ୍‌ ଧାରଣା ଘର କରିଛି ତାହା ଜାଣିବାକୁ ଚେଷ୍ଟା କରନ୍ତୁ ଓ ସମସ୍ୟାର ସମାଧାନ କରନ୍ତୁ।

ସନ୍ଦେହ ଦୂର କରନ୍ତୁପତିପତ୍ନୀଙ୍କ ମଧ୍ୟରେ ଦୂରତା ବଢ଼ୁଥିବାର କାରଣ ଖୋଜନ୍ତୁ ଓ ଉଭୟଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣା ଦୂର କରନ୍ତୁ।