ସ୍ମାର୍ଟସିଟିରେ ପଶିଲା କଲରାପତରିଆ ବାଘ

ଭୁବନେଶ୍ୱର: ସ୍ମାର୍ଟସିଟି ଅର୍ଥାତ୍ ଭୁବନେଶ୍ୱରରେ କଲରାପତରିଆ ବାଘ ପ୍ରବେଶ କରିଥିବା ନେଇ ଖବର ମିଳିଛି । ଏହି ବାଘଟି ଏୟାରପୋର୍ଟ ପାଚେରୀ ଡେଇଁ ପଳାଶପଲ୍ଲୀ ଅଂଚଳରେ ପ୍ରବେଶ କରିଥିବା ସୂଚନା ମିଳିଛି । ତେବେ ଏଯାବତ୍ ବାଘର ଠିକଣା ମିଳିପାରିନାହିଁ । ଏହି ଖବର ପ୍ରକାଶିତ ପରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ଦେଖାଦେଇଛି । ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏୟାରପୋର୍ଟ ପାଚେରୀ ଡେଇଁ ଏକ କଲରାପତରିଆ ବାଘ ପଳାସପଲ୍ଲୀ ଅଞ୍ଚଳରେ ପ୍ରବେଶ କରିଥିଲା। ପରେ ବାଘଟି ରାସ୍ତା ଅତିକ୍ରମ କରି ଉ-୭/୧ ପ୍ଲଟ୍‌ ପରିସରରେ ଥିବା ଏକ ବେସରକାରୀ ଅଫିସ୍‌ ଦୁଆର ମୁହଁରେ ବସିଥିଲା। ତା’ପରେ ଚାରିଆଡ଼କୁ ଅନାଇଁ ବାଘଟି ଛାତ ଉପର ଦେଇ ପଳାଇ ଯାଇଥିଲା। ଏ ସବୁ ଦୃଶ୍ୟ ଦେଖି ସୁରକ୍ଷା କର୍ମୀ ଘର ମାଲିକଙ୍କୁ ଜଣାଇଥିଲେ। ପରେ ସିସିଟିଭି ଯାଞ୍ଚ କରିବାରୁ ପୂରା ଘଟଣା କଏଦ ହୋଇଛି। ସୂଚନାରୁ ପ୍ରକାଶ, ଏୟାପୋର୍ଟ ଓ ପଳାସପଲ୍ଲୀ ପାଖରେ ଏକ ବିରାଟ୍‌ ପଡ଼ିଆ ରହିଛି। ଏହି ପଡ଼ିଆ ରହିଛି। ଏହା ଘଞ୍ଚ ଜଙ୍ଗଲ ଭଳି ହୋଇଥିବାରୁ ବାଘଟି ସେହିଠାରେ ଥିବା ଅନୁମାନ କରାଯାଉଛି।