ଲେଖାଶ୍ରୀଙ୍କ ବୟାନ ବିବାଦ : ବଢୁଛି ପ୍ରତିବାଦ,କାର୍ଯ୍ୟାନୁଷ୍ଠାନ ଦାବି
ମାଷ୍ଟରକ୍ୟାଣ୍ଟିନ ଛକରେ ଗର୍ଜିଛି କଂଗ୍ରେସ,ସଚେତନ ନାଗରିକ ମଞ୍ଚ ପକ୍ଷରୁ ପୁରୀରେ ବିକ୍ଷୋଭ ପ୍ରଦର୍ଶନ
ଭୁବନେଶ୍ବର : ପୁରୀ ସଂପର୍କୀତ ବୟାନ ଦେଇ ବିବାଦୀୟ ହୋଇଥିବା ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ନେଇ ବିବାଦ ଥମୁନି । ଏ ଅପମାନକୁ ନେଇ ଗାଁରୁ ସହର ସବୁଠି ତାତି, ବିକ୍ଷୋଭ, ନାରାବାଜି ଓ କୁଶ ପୁତ୍ତଳିକା ଦାହ । ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ଗର୍ଜିଛି କଂଗ୍ରେସ । ନରେନ୍ଦ୍ର ମୋଦି, ସମ୍ବିତ ପାତ୍ର ଓ ଲେଖାଶ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛି ଦଳ । ଲେଖାଶ୍ରୀ ଓ ସମ୍ବିତ ପାତ୍ର କ୍ଷମା ନମାଗିଲେ ଓଡ଼ିଶା ମାଟିରେ ପୂରାଇ ନଦେବାକୁ ଚେତାବନୀ ଦେଇଛି । ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ଗର୍ଜିଛି କଂଗ୍ରେସ । ନରେନ୍ଦ୍ର ମୋଦି, ସମ୍ବିତ ପାତ୍ର ଓ ଲେଖାଶ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛି ଦଳ । ଲେଖାଶ୍ରୀ ଓ ସମ୍ବିତ ପାତ୍ର କ୍ଷମା ନମାଗିଲେ ଓଡ଼ିଶା ମାଟିରେ ପୂରାଇ ନଦେବାକୁ ଚେତାବନୀ ଦେଇଛି ।
ଲେଖାଶ୍ରୀଙ୍କ ମନ୍ତବ୍ୟ ଉପରେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଲେଖାଶ୍ରୀ ଅନୁତପ୍ତ ନୁହଁନ୍ତି କହିବା ତାଙ୍କ ନିର୍ବୋଧତା ଓ ଅହଂକାର । ସେଥିପାଇଁ ସେ କ୍ଷମା ମାଗୁନାହାନ୍ତି । ଓଡିଶା ମାଟି ସଂସ୍କୃତି ଓ ଓଡ଼ିଶାର ଦେବତାଙ୍କୁ ଯିଏ ଅପମାନିତ କରିବ ବିଜେଡି ତାଙ୍କୁ ଟାର୍ଗେଟ୍ କରିବ ବୋଲି ବେଶ୍ ସ୍ପଷ୍ଟ ଓ ଦୃଢ ଭାବେ କହିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ।
ଲେଖାଶ୍ରୀଙ୍କ ମନ୍ତବ୍ୟକୁ ପୁରୀବାସୀ ସହଜରେ ଗ୍ରହଣ କରିପାରୁନଥିବା ବେଳେ, ଆଉ ଏକ ଏତଲା ଦେଇଛି ପୁରୀ ଜିଲ୍ଲା ବିଜେଡି । ଶତାଧିକ ବିଜେଡି କର୍ମୀ ରାଲିରେ ଆସି କୁଶ ପୁତ୍ତଳିକା ଦାହ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ ପୁରୀ ସ୍ୱର୍ଗଦ୍ୱାର ନିକଟରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଲେଖାଶ୍ରୀଙ୍କ ପୋଷ୍ଟର ପୋଡ଼ିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯଦି ଲେଖାଶ୍ରୀ ମହାପ୍ରଭୁଙ୍କ ନିକଟରେ ଭୁଲ ନମାଗନ୍ତି ତେବେ ଆଗାମୀ ଦିନରେ ତାଙ୍କୁ ପୁରୀରେ ପୂରାଇ ଦିଆଯିବ ନାହିଁ ବୋଲି ମଞ୍ଚ କହିଛି ।
ଓଡ଼ିଶା ମନ୍ଦିର ସେବାୟତ ସଂଘ ମଧ୍ୟ ଲେଖାଶ୍ରୀଙ୍କ ମନ୍ତବ୍ୟ ନେଇ ଉଗାଳିଛି ବିଷ । ଆଗାମୀ ଦିନରେ ଲେଖାଶ୍ରୀଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧ କରାଯିବ ବୋଲି ସଂଘ ଚେତାବନୀ ଦେଇଛି । ରାୟଗଡ଼ାରେ ମଧ୍ୟ ଦେଖା ଦେଇଛି ଲେଖାଶ୍ରୀ ଝଡ଼ । ଯୁବ ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଛି ଦଳ ।
ଲେଖାଶ୍ରୀ ସାମନ୍ତ ସିଂହାର କହିଥିଲେ ୨୦୧୯ ନିର୍ବାଚନରେ ସମ୍ବିତ ପାତ୍ର ପୁରୀରୁ ନିର୍ବାଚନ ଲଢିବା ପରେ ଶ୍ରୀଜଗନ୍ନାଥ ପୁରୀରେ ଅଧିଷ୍ଠିତ ବୋଲି ଲୋକ ଜାଣିଲେ । ନଚେତ୍ ଶ୍ରୀଜଗନ୍ନାଥ କୋଲକାତାର ବୋଲି ଲୋକେ ପୂର୍ବରୁ ଜାଣିଥିଲେ । ଲେଖାଶ୍ରୀଙ୍କ ଏପରି ଅଦ୍ଭୁତ ବୟାନ ତାଙ୍କୁ ବିବାଦକୁ ଟାଣିଛି । ବୁଧବାର କିନ୍ତୁ ଲେଖାଶ୍ରୀ କହିଛନ୍ତି ସେ ଜଗନ୍ନାଥଙ୍କ ନାଁ ନେଇନାହାନ୍ତି । ଏପରିକି ବିରୋଧୀଙ୍କୁ ଭିଡିଓ ଦେଖିବାକୁ ସେ ଆହ୍ବାନ କରିଛନ୍ତି ।