ଶୁଣନ୍ତୁ ଅଡିଓ, କିରାଣୀଙ୍କ ଶିକ୍ଷୟତ୍ରୀଙ୍କୁ ପ୍ରସ୍ତାବ ମୋ ଘରେ କେହି ନାହାନ୍ତି, ଆସନ୍ତୁ ଦେଢଘଣ୍ଟା ରହିକି ଯିବେ…

ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ଙ୍କ ବିରୋଧରେ ଜଣେ ଶିକ୍ଷୟିତ୍ରୀଙ୍କ ଏଭଳି ଅଭିଯୋଗ

ରାୟଗଡା : ଚାକିରି ଫେରି ପାଇବାକୁ ହେଲେ ଇଜ୍ଜତ ବିକ୍ରି କରିବାକୁ ହେବ । ଜଣେ ନିଲମ୍ବିତ ଶିକ୍ଷୟିତ୍ରୀଙ୍କୁ ତାଙ୍କ ଚାକିରି ଫେରାଇ ଦେବା ପାଇଁ ଏଭଳି ଛାତିଥରା ସର୍ତ୍ତ ରଖିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ କିରାଣୀ । ଏଭଳି ଜଘନ୍ୟ ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲାରୁ । ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ଶିକ୍ଷୟିତ୍ରୀ ।ଏବେ ପଦାରେ ପଡ଼ିଛି ଫୋନ୍‌ କଥାବାର୍ତ୍ତାଷ।

ଶିକ୍ଷୟତ୍ରୀଙ୍କୁ ଫୋନକରି ଶାରିରୀକ ସମ୍ପର୍କ ପାଇଁ କହିଥିବା ଅଭିଯୋଗ ( କଥା ବାର୍ତ୍ତାରର ଅଡିଓ )

ଚାକିରି  ଫେରିପାଇବାକୁ ସର୍ତ୍ତ। ଆସ ଦେଢ଼ ଘଣ୍ଟା ରହି ଚାଲିଯିବ। ଜଣେ ନିଲମ୍ବିତ ହାଇସ୍କୁଲ ଶିକ୍ଷୟିତ୍ରୀଙ୍କୁ ଏମିତି କିଛି ପ୍ରସ୍ତାବ ଦେଇଛନ୍ତି ରାୟଗଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ କିରାଣୀ ।  କୌଣସି ଏକ ମାମଲାରେ ହାଇସ୍କୁଲରେ କାର୍ଯ୍ୟରତ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ମାର୍ଚ୍ଚ ୨୬ ତାରିଖରେ ନିଲମ୍ବିତ କରାଯାଇଥିଲା। ସଂପୃକ୍ତ ଶିକ୍ଷୟିତ୍ରୀଙ୍କ କହିବା ଅନୁଯାୟୀ, ଦୁଇଦିନ ପରେ ସେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ କିରାଣୀ ବାବୁ ସବୁ ଠିକଠାକ କରିଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରଥମେ ଖର୍ଚ୍ଚ ପାଇଁ ଟଙ୍କା ଦାବି କରିଥିଲେ । ଏହା ଅନୁଯାୟୀ ଶିକ୍ଷୟିତ୍ରୀଙ୍କ ସ୍ବାମୀ ୧୦ ହଜାର ଟଙ୍କା ଦେବା ପରେ ଏପ୍ରିଲ ୨୯ରେ ପ୍ରୋସିଡ଼ିଂ ନିର୍ଦ୍ଦେଶ ମିଳିଲା । ହେଲେ ତାପରେ ତଦନ୍ତ ନାଁରେ ଦିନ ଗଡିଚାଲିଲା । କିଛି ଦିନପରେ କିରାଣୀ ବାବୁ ନିଜ ଘରକୁ ଡାକି ଅଶ୍ଲିଳ ଇଙ୍ଗିତ କରିଥିଲେ । ଫୋନକରି ଶାରିରୀକ ସମ୍ପର୍କ ପାଇଁ ଡାକିଥିଲେ । ଏନେଇ ଶିକ୍ଷୟିତ୍ରୀ ଜିଲ୍ଲାପାଳଙ୍କୁ ସମସ୍ତ ଘଟଣା ଜଣାଇବା ସହ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ଏକ କମିଟି ଗଠନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।    ଏହି ଘଟଣାରେ କେବଳ ସଂପୃକ୍ତ କିରାଣୀ ସାମିଲ ଅଛନ୍ତି, ନା ଆଉ କିଏ ସବୁ ଅଛନ୍ତି ତାର ତଦନ୍ତ କରିବାକୁ ମଧ୍ୟ ଦାବି ହେଉଛି ।  

ପୁରା ଅଭିଯୋଗ ପଢନ୍ତୁ..

ଇଜ୍ଜତ ବିକି ଚାକିରୀ କରିପାରିବି ନାହିଁ। ବରଂ ମରିଯିବି। ଯଦି ମୁଁ ଅତ୍ମହତ୍ୟା କରେ ତବେ ଏଥିପାଇଁ ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି କହିଛନ୍ତି। ଅତ୍ୟାଚାରର ସମ୍ମୁଖୀନ ହୋଇଥିବା ସିକ୍ଷୟିତ୍ରୀ ଜଣକ । ହାଇସ୍କୁଲ ସ୍ତରର ଜଣେ କ୍ଷାତିନାମା ଶିକ୍ଷୟିତ୍ରୀ ଭାବେ ସସ୍ମିତା ଜାତୀୟ ସ୍ତରରେ ପ୍ରତିନିଧିତ୍ବ ମଧ୍ୟ କରିଛନ୍ତି। ହଲେ ତାଙ୍କୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯୟାଳୟର କିରାଣୀ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଛନ୍ତି ଓ ସେ ମନା କରିବାରୁ ତାଙ୍କ ଦରମା ବନ୍ଦ କରାଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି ।

 ଘଟଣାରୁ ପ୍ରକାଶ ଯେ, ଅଭିଯୋଗ ଆଣିଥିବା ଶିକ୍ଷୟତ୍ରୀ ରାୟଗଡା ଜିଲ୍ଲା ଗୁଡାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯୟ କରୁଥିଲେ। ମାର୍ଚ୍ଚ 26 ତାରିଖରେ ତାଙ୍କୁ ନିଲମ୍ବିତ କରାଯାଇ କୋଲନରା ଜଗଦମ୍ବା ଉଚ୍ଚ ବିଦ୍ୟାଳୟରେ ଷ୍ଟେସନ ଫିକ୍ସ କରାଗଲା। ସେଠାରେ ଯୋଗଦାନ କରିଥଲେ । ଏହାର ଦୁଇଦିନ ପରେ ଜିଲ୍ଲା ଶିକ୍ଷାଧତ୍କାରୀଙ୍କ କାର୍ଯୟାଳୟକୁ ଯିବାରୁ କିରାଣୀ ଧମକ ଦେବାସହ ତୁମକୁ ଦୂର ସ୍ଥାନକୁ ବଦଳି କରିବା ଦରକାର ବୋଲି କହିଥଲେ । ଏହାପରେ କାର୍ଯୟାଳୟ ବାହାରକୁ ଆସି ଏହି ସମସ୍ୟାର ସମାଧାନ କରିବୁ ବୋଲି ସେ ପ୍ରତିଶ୍ରତି ଦେଇଥଲେ । ଏହାର କିଛିଦିନ ପରେ ପୁନର୍ବ।ର ଶିକ୍ଷୟତ୍ରୀ ଜିଲ୍ଲା ଶିକ୍ଷାଧତ୍କାରୀଙ୍କ କାର୍ଯୟାଳୟକୁ ଯିବାରୁ କିରାଣୀ ଙ୍କ ସମେତ ଅନ୍ୟଜଣେ କିରାଣୀ ଜିଲ୍ଲାରେ କେଉଠି ଖାଲିନାହିଁ ଓ କେବଳ ଦୁର୍ଗୀ ଓ କାଶୀପୁରରେ ରହିଛି ବୋଲି କହି ତାତ୍ସଲ୍ୟ କରିଥତ୍ଲେ । ଏହାପରେସେ ଅଫିସ ବାହାରକୁ ଆସି ବିଭିନ୍ନ ଖର୍ଚ୍ଚ ନିମ’େ ଅର୍ଥ ଦାବି କରିଥତ୍ଲେ । ସେ ଦାବି କରିଥବା ଅର୍ଥରୁ 10 ହଜାର ଟଙ୍କା ସସ୍ମିତାଙ୍କ ସ୍ବାମୀ ପ୍ରଦାନ କରିଥଲେ ।

 ଏପ୍ରିଲ 29 ତାରିଖରେ କାର୍ଯୟାଳୟରୁ ପ୍ରୋସିଡ଼ିଂ ନିର୍ଦ୍ଦଶେ ମିଳିଥଲା । ତାପରେ ସେ ବାରମ୍ବାର ଜିଲ୍ଲା ଶିକ୍ଷାଧତ୍କାରୀଙ୍କ କାର୍ଯୟାଳୟକୁ ଆସି ହତାସ ହେବାପରେ ମଧ୍ୟ କୌଣସି ପଦକ୍ଷେପ ବିଭାଗ ପକ୍ଷରୁ ନିଆଯାଇନାହିଁ । ଏହାର କିଛି ଦିନପରେ କିରାଣୀ  ଫୋନକରି ନିଜ ଘରକୁ ଡାକିଥଲେ । ନିଜ ସ୍ବାମୀଙ୍କ ସହ ଶିକ୍ଷୟତ୍ରୀ ମେ 18 ତାରିଖରେ କିରାଣିଙ୍କ ଘରକୁ ଯାଇଥଲେ । ତାଙ୍କ ଘରକୁ ଯିବାପରେ ସେ ଅଶ୍ଲିଳ ଇଙ୍ଗିତ କରିଥଲେ । ଉକ୍ତ ଇଙ୍ଗିତ ଦେଖିବା ପରେ ସେ ଓ ତାଙ୍କ ସ୍ବାମୀ ସେହି ସ୍ଥାନରୁ ଚାଲିଆସିଥତ୍ଲେ । ଏହାପରେ ମଧ୍ୟ ସେ ଫୋନକରି ଅଶ୍ଲିଳ ଭାଷା ପ୍ରୟୋଗ କରିବା ସହ ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥଲେ । ଯାହାର ସମ୍ପୂର୍ଣ୍ଣ ରେକଡ଼ର୍ସେ ରଖିଛନ୍ତି ।

ଏ ସମ୍ପର୍କରେ ସେ ଜିଲ୍ଲା ଶିକ୍ଷାଧତ୍କାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ଜଣାଇଥଲେ ମଧ୍ୟ କୌଣସି କାଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳ କଥା ଆଗକୁ ନନେବା ଓ ପୁଲିସରେ ଅଭିଯୋଗ ନକରିବା ପାଇଁ ଚେତାବନୀ ଦେଇଥିଲେ କିରାଣି ବୋଲି ଶିକ୍ଷଟତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି ।  ଏଭଳିକି ତାଙ୍କ ଦରମା ବନ୍ଦ ମଧ୍ୟ କରାଯାଇଛି। ଆଉ ଆଜି ଜିଲ୍ଲାପାଳ ପ୍ରମୋଦ କୁମାର ବହେରାଙ୍କୁ ସାକ୍ଷାତ କରି ସମସ୍ତ ଘଟଣା ବଖାଣିଥିଲେ । ଆଉ ଗଣମାଧ୍ୟମ ସମ୍ମୁଖରେ ମଧ୍ୟ ସମସ୍ତ ତଥ୍ୟ ଉପସ୍ଥାପନ କରିଥତ୍ଲେ । 

ଏ ସମ୍ପର୍କରେ ଜିଲ୍ଲାପାଳ ପ୍ରମୋଦ କୁମାର ବହେରା କହିଛନ୍ତି ଯେ, ମୁଁ ଶିକ୍ଷୟିତ୍ରୀଙ୍କ ଠାରୁ ସମସ୍ତ ଅଭିଯୋଗ ପାଇଛି। ଏହାର ତଦନ୍ତ’ ପାଇଁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦଶେ ଦିଆଯାଇଛି । ତଦନ୍ତ କମିଟିର ରିପୋର୍ଟ ଅନୁସାରେ ସମ୍ପୃକ୍ତ କିରାଣୀ ଓ ଅନ୍ୟ ଯେଉମାନେ ଘଟଣାରେ ସାମିଲ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ ଓ କଠୋର କାର୍ଯୟାନୁଷ୍ଠାନ ଗ୍ରହଣ କରାଯିବ ।

ପଢନ୍ତୁ ବାର୍ତ୍ତାଳାପ

ଅଭିଯୁକ୍ତ- କହିଲି ପରା ମନର ଫିଲିଂସଟା

ଶିକ୍ଷୟିତ୍ରୀ – କଣ କହୁନାହାନ୍ତି , କଣ କହୁନାହାନ୍ତି

ଅଭିଯୁକ୍ତ  : କହିଥିଲି ଆସିଲନି, ସବୁ କରିକି ବସିଥିଲି

ଅଭିଯୁକ୍ତ- ଆଉ ଗୋଟେ ଦିନ କେମିତି ଆସନ୍ତୁ, ସାର ନଥିବା ବେଳେ ହୁଁ ….ହ୍ୟାଲୋ

ଶିକ୍ଷୟିତ୍ରୀ- ହଁ କୁହନ୍ତୁ

ଅଭିଯୁକ୍ତ- ଆଜ୍ଞାଙ୍କୁ ଛାଡ଼ିକି, ଝିଅକୁ ଛାଡ଼ିକି ଆସନ୍ତୁ, ପିକ୍‌ଚର ଯାଆନ୍ତେ

ଶିକ୍ଷୟିତ୍ରୀ- ଝିଅ କାନ୍ଦିଲାଣି , ୧୨ଟା ହେଲାଣି ତ

ଅଭିଯୁକ୍ତ- ହଉ ମେଣ୍ଟାଲି ପ୍ରିପାଏର କର ଗୋଟେ ଦିନ ପିକଚର ଯିବା ହେଲେ

ଶିକ୍ଷୟିତ୍ରୀ- ହଉ କହିବି

ଅଭିଯୁକ୍ତ- ଏଇ ଦି ଚାରି ଦିନ ଭିତରେ କରନ୍ତୁ, ଆମ ଘରେ ଆଇବେ , ଗୋଟାଏ ସପ୍ତାହ ପର୍ଯ୍ୟନ୍ତ ଅଛନ୍ତି ବାହାରେ

ଶିକ୍ଷୟିତ୍ରୀ- ହୁଁ …

ଅଭିଯୁକ୍ତ- ନହେଲେ ରାୟଗଡ଼ା ଗଲା ଦିନ ଆସନ୍ତୁ ଏମିତି ଘଣ୍ଟାଏ ଦେଢ଼ଘଣ୍ଟା ରହି ପଳେଇବେ ହେଲା .. ଉଁ? ହ୍ୟାଲୋ ଶୁଣୁଛନ୍ତି

ଶିକ୍ଷୟିତ୍ରୀ- ହଁ ସାର ଶୁଣୁଛି

ଅଭିଯୁକ୍ତ … ପିକଚର ଯାଇ ଆସନ୍ତେ … ହଉ ରହୁଛି ଗୁଡ ନାଇଟ