ଓକିଲଙ୍କୁ କାଳକୋର୍ଟ, ଗାଉନ୍ ନ ପିନ୍ଧିବାକୁ ପରାମର୍ଶ

ଭୁବନେଶ୍ୱର : ହାଇକୋର୍ଟ ଓକିଲଙ୍କୁ କଳା କୋର୍ଟ ଓ ଗାଉନ୍ ନ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମୁଖ୍ୟ ବିଚାରପତିଙ୍କ ପରାମର୍ଶ । କଳା କୋର୍ଟ, ଗାଉନ୍ ନ ପିନ୍ଧି ଧଳା ସାର୍ଟ/ସାଲୱାର କମିଜ୍ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ । ମହିଳା ଓକିଲଙ୍କୁ ଧଳା ଶାଢ଼ି ସହ ସାଦା ଧଳା ନେକ୍ ବ୍ୟାଣ୍ଡ ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି । ପରବର୍ତୀ ନୋଟିସ୍ ଯାଏଁ ନିୟମ ପାଳନ କରିବାକୁ ମୁଖ୍ୟ ବିଚାରପତିଙ୍କ ପରାମର୍ଶ । ଗୁରୁବାର ସୁପ୍ରିମକୋର୍ଟ ବିଚାରପତି ଏବଂ ଓକିଲଙ୍କୁ ବି ସମାନ୍ ନିର୍ଦ୍ଦେଶ ହୋଇଛି । କଳା କୋର୍ଟ ଓ ଜ୍ୟାକେଟ୍ ପିନ୍ଧିବା ଅନୁଚିତ୍ କହିଥିଲେ ପ୍ରଧାନ ବିଚାରପତି ।